ମଣିଷ ଦେହରେ ଘୁଷୁରି କିଡନିର ସଫଳ ପ୍ରତିରୋପଣ

ମଣିଷ ଦେହରେ ଘୁଷୁରି କିଡନିର ସଫଳ ପ୍ରତିରୋପଣ

ମଣିଷ ଦେହରେ ଘୁଷୁରି କିଡନିର ସଫଳ ପ୍ରତିରୋପଣ

ନ୍ୟୁୟର୍କ: ବୈଜ୍ଞାନିକଙ୍କ ଆଉ ଏକ ପରୀକ୍ଷା ସଫଳ ହୋଇଛି। ଆମେରିକାରେ ମଣିଷ ଦେହରେ ଘୁଷୁରି କିଡନି ପ୍ରତିରୋପଣ କରାଯାଇ ଏପରି ସଫଳତା ଅର୍ଜନ କରିଛନ୍ତି ବୈଜ୍ଞାନିକ। ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନି ଲଗାଇ ତାହା କାମ କରୁଛି କି ନାହିଁ ପରୀକ୍ଷା କରିଥିଲେ। ମଣିଷର ଜୀବନ ବଞ୍ଚାଇବା ପାଇଁ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ମାନବ ଅଙ୍ଗ ଯଥେଷ୍ଟ ପରିମାଣରେ ଉପଲବ୍ଧ ନ ଥିବାରୁ ପ୍ରାଣୀ ଅଙ୍ଗ ପ୍ରତିରୋପଣ କଥା ଅନେକ ଦଶନ୍ଧି ଧରି ବୈଜ୍ଞାନିକମାନେ ଚିନ୍ତା କରିଆସୁଥିଲେ। ଏଥିରେ ଘୁଷୁରିକୁ ପରୀକ୍ଷା ପାଇଁ ନିଆଯାଇଥିଲା । କିନ୍ତୁ ଘୁଷୁରି କୋଷରେ ଥିବା ଏକ ପ୍ରକାର ‘ସୁଗାର’ ସାଜିଥିଲା ବାଧକ, ଯାହା ମଣିଷ ଶରୀରରେ ନ ଥାଏ। ତେଣୁ ମଣିଷ ଶରୀରରେ ଘୁଷୁରି ଅଙ୍ଗ ପ୍ରତିରୋପଣ କଲେ ମଣିଷ ଶରୀର ତାକୁ ପ୍ରତ୍ୟାଖ୍ୟାନ କରିଦିଏ। କିନ୍ତୁ ଏହି ପ୍ରତିରୋପଣ ପାଇଁ ଯେଉଁ ଘୁଷୁରିର କିଡନି ନିଆଯାଇଥିଲା, ତାହା ଥିଲା ଏକ ଜିନ୍-ଏଡିଟେଡ୍ (ଜିନ୍-ପରିବର୍ତ୍ତିତ) ପ୍ରାଣୀ, ଯାହା ଶରୀରରେ ଉକ୍ତ ‘ସୁଗାର’ ହିଁ ନ ଥିଲା ।