ମଞ୍ଚେଶ୍ୱର ଅଞ୍ଚଳରେ ଟାଙ୍କିରୁ ଫଲ୍ସ ଖସି ୩ ମୃତ

ମଞ୍ଚେଶ୍ୱର ଅଞ୍ଚଳରେ ଟାଙ୍କିରୁ ଫଲ୍ସ ଖସି ୩ ମୃତ

ମଞ୍ଚେଶ୍ୱର ଅଞ୍ଚଳରେ ଟାଙ୍କିରୁ ଫଲ୍ସ ଖସି ୩ ମୃତ
ଭୁବନେଶ୍ୱର: ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱରରେ ଏକ ଦୁଃଖଦ ଘଟଣା ଘଟିଛି । ସେଫଟିକ୍ ଟାଙ୍କିରେ କାମ କଲା ବେଳେ ଅଘଟଣ ଘଟିଛି । ମଞ୍ଚେଶ୍ୱର ଅଞ୍ଚଳରେ ଟାଙ୍କିରୁ ଫଲ୍ସ ଖସି ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ଅନ୍ୟପକ୍ଷରେ ସେଫଟିକ୍ ଟାଙ୍କିରେ କାମ କଲା ବେଳେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତୁ୍ୟ ହୋଇପାରେ ବୋଲି ମଧ୍ୟ ସନେ୍ଦହ କରାଯାଉଛି । ତେବେ ଶ୍ରମିକଙ୍କୁ କିଏ ସେଠାରେ କାମରେ ଲଗାଇଥିଲା ଏବଂ ସେମାନେ କାମ କଲାବେଳେ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।