ଭୁଲ ହେୟାର କଟ୍ ପାଇଁ ୨ କୋଟି ଜରିମାନା

ଭୁଲ ହେୟାର କଟ୍ ପାଇଁ ୨ କୋଟି ଜରିମାନା

ଭୁଲ ହେୟାର କଟ୍ ପାଇଁ ୨ କୋଟି ଜରିମାନା


ନୂଆଦିଲ୍ଲୀ: ଭୁଲ୍ ହେୟାରକଟ ପାଇଁ ଏକ ବିଳାସପୂର୍ଣ୍ଣ ହୋଟେଲକୁ ୨ କୋଟି ଜରିମାନା କରାଯାଇଛି । ହୋଟେଲ ସାଲୋନର ଅବହେଳା ପାଇଁ ମଡେଲଙ୍କ କ୍ୟାରିୟର ନଷ୍ଟ ହୋଇଯାଇଛି । ତାଙ୍କୁ କାମ ମିଳି ନାହିଁ । ମଡେଲ ଜଣଙ୍କ ମାନସିକ ବିଷାଦ ଦେଇ ଗତି କରିଛନ୍ତି । ସେ ହୋଟେଲ ବିରୋଧରେ ଖାଉଟି ଅଦାଲତରେ ଆବେଦନ କରିଥିଲେ । କୋର୍ଟ ମଡେଲଙ୍କ ଆବେଦନର ଶୁଣାଣି କରି ହୋଟେଲକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ କହିଛନ୍ତି । ଅଭିଯୋଗ କରିଥିବା ମଡେଲ ତାଙ୍କର ଲମ୍ବା କେଶ ପାଇଁ ବିଭିନ୍ନ ହେୟାର ପ୍ରଡକ୍ଟ ପାଇଁ ମଡେଲ ଥିଲେ । ଭିଏଲସିସି ପାଇଁ ସେ ମଡେଲିଂ କରୁଥିଲେ । କିନ୍ତୁ ତାଙ୍କର ଭୁଲ ହେୟାରକଟ ଯୋଗୁଁ ତାଙ୍କ କ୍ୟାରିୟର ନଷ୍ଟ ହୋଇଛି । ଏନସିଡିଆରସି (ନ୍ୟାସନାଲ କନଜୁ୍ୟମର ଡିସପୁଟସ ରିଡ୍ରେସାଲ କମିସନ) ମଧ୍ୟ ଏହା ସ୍ୱୀକାର କରିଛନ୍ତି । ଭୁଲ ହେଆରକଟ ପାଇଁ ମଡେଲଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି ବୋଲି ଏନସିଡିଆରସି କହିଛନ୍ତି । ତେବେ ଏହି ଘଟଣାଟି ଏବେକାର ନୁହେଁ । ୨୦୧୮ ଏପି୍ରଲ ୧୨ ତାରିଖର ଏହି ଘଟଣା । ଦୀର୍ଘ ୩ ବର୍ଷ ଧରି ମାମଲାର ଶୁଣାଣି ଚାଲିଥିବା ବେଳେ ଗତକାଲି କୋର୍ଟ ହୋଟେଲ ଉପରେ ୨ କୋଟି ଜରିମାନା କରିଛନ୍ତି ।