ଅରିନ୍ଦମଙ୍କ ପରିବାରକୁ ସରକାର ଦେବେ ୪ ଲକ୍ଷ ଟଙ୍କା
ଅରିନ୍ଦମଙ୍କ ପରିବାରକୁ ସରକାର ଦେବେ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦୁଃଖଦ ବୋଟ ବୁଡ଼ି ଘଟଣାରେ ଗତକାଲି ପ୍ରାଣ ହରାଇଥିବା ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ଦିବଂଗତ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା କାର୍ଯ୍ୟକାରୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅରିନ୍ଦମଙ୍କ ପରିବାରକୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ଗତକାଲି ମୁଣ୍ଡୁଳିରେ ଓଡ୍ରାଫ ଟିମ୍ ସହ ହାତୀ ଉଦ୍ଧାର ଅପରେସନ ଚଳାଇଥିବାବେଳେ ବୋଟଟି ପାଣି ସୁଅରେ ଓଲଟିଯାଇଥିଲେ । ସେଇ ବୋଟରେ ଥିଲେ ଅରିନ୍ଦମ । ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା । ଅରିନ୍ଦମଙ୍କ ଅକାଳ ବିୟୋଗ ସାମ୍ବାଦିକ ମହଲକୁ ସ୍ତବ୍ଧ କରିଦେଇଛି । ତାଙ୍କ ବିୟୋଗରେ ଓଟିଭି ପକ୍ଷରୁ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା ହୋଇଛି ।