ଭୀମଟାଙ୍ଗୀରେ ମହିଳାଙ୍କୁ ବିଭତ୍ସଭାବେ ହତ୍ୟା
ଭୀମଟାଙ୍ଗୀରେ ମହିଳାଙ୍କୁ ବିଭତ୍ସଭାବେ ହତ୍ୟା

ଭୁବନେଶ୍ୱର: ସୋମବାର ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ମହିଳାଙ୍କୁ ବିଭତ୍ସଭାବେ ହତ୍ୟା କରାଯାଇଛି । ଭୁବନେଶ୍ୱର ଭୀମଟାଙ୍ଗୀ ଫେଜ-୧ରେ ଏହି ହତ୍ୟାକାଣ୍ଡ ଘଟିଛି । ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଜବତ କରାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଯେ, ସେହି ଘର ଭିତରୁ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଥିବାବେଳେ ଉଦ୍ଧାର ପୁରୁଷଙ୍କ ପରିଚୟ ମିଳିପାରିନାହିଁ ।
ତେବେ କିଏ ଓ କାହିଁକି ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରିଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।