ଭିଜିଲାନ୍‌ସ ଜାଲରେ ସରକାରୀ ଅଧିକାରୀ

ଭିଜିଲାନ୍‌ସ ଜାଲରେ ସରକାରୀ ଅଧିକାରୀ

ଭିଜିଲାନ୍‌ସ ଜାଲରେ ସରକାରୀ ଅଧିକାରୀ

ରାଉରକେଲା: ଭିଜିଲାନ୍ସ ଜାଲରେ ଫଶିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ।  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । 

ମନୋରଞ୍ଜନଙ୍କ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ୟ୍ୟାଳୟ , ଭୁବନେଶ୍ୱର ଗୋଠପଟାଣାରେ ଥିବା ଅପାଟମେଣ୍ଟ ସମେତ ୭ଟି ସ୍ଥାନରେ  ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢାଉ  କରିଛନ୍ତି । ବର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ । ଚଢାଉ ଜାରି ରହିଥିବାବେଳେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି, ସେ ନେଇ ସବିଶେଷ ତଥ୍ୟ ମିଳିନାହିଁ ।