ସ୍କୁଲ୍‌ ଖୋଲିବାକୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍କୁଲ୍‌ ଖୋଲିବାକୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍କୁଲ୍‌ ଖୋଲିବାକୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡିଶାରେ ସୋମବାର ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀମାନେ ଭୟଭୀତ ନହୋଇ ମନ ଦେଇ ପାଠ ପଢନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

 

ସେ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉସôାହର ସହ ସ୍କୁଲକୁ ଯାଇ ପାଠ ପଢିଛନ୍ତି । ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭେଟି ଛାତ୍ରଛାତ୍ରୀ ବହୁତ ଖୁସି ହୋଇଛନ୍ତି । ବର୍ତ୍ତମାନ ସମୟରେ ପିଲାମାନେ ଭୟଭୀତ ନହୋଇ ପ୍ରତିଦନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ । ମନ ଦେଇ ପାଠ ପଢନ୍ତୁ । ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କୋଭିଡ୍ ନିୟମକୁ ମାନି ନିଜର ଓ ଛାତ୍ରଛାତ୍ରୀଙ୍କ ଠିକ୍ ଯତ୍ନ ନିଅନ୍ତୁ । ଯାହାଦ୍ୱାରା ଆମେ ପିଲାଙ୍କୁ ମହାମାରୀ ଠାରୁ ରକ୍ଷା କରିବା ସହ  ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।