ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଜେଇଙ୍କ ସରକାରୀ ବାସଭବନ ସହ ଆମ୍ବପାଳ ସ୍ଥିତ ପୈତୃକ ଘର ଓ ଶଶୁର ଘର କୁମଣ୍ଡ ସ୍ଥିତ ନିଜ ଘର ସହ ମୋଟ ୪ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଚଢ଼ାଉ ବେଳେ ନଗଦ ଟଙ୍କା, ୫ରୁ ଅଧିକ ବ୍ୟାଙ୍କରେ ୪୦ ଲକ୍ଷରୁ ଅଧିକ ଟଙ୍କା ସହ ୧୦୦ ଗ୍ରାମ ସୁନା ଓ ବିଭିନ୍ନ ସ୍ଥାନରେ ଜମି, ଘର ଓ ଗାଡି ଥିବା ଜଣାପଡ଼ିଛି ।




admin 