ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା

ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା

ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ (ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ) ରେ ଆସନ୍ତା ମାର୍ଚ୍ଚ ୭ ତାରିଖ ପର୍ୟ୍ୟନ୍ତ ଏକଜିଟ୍ ପୋଲ୍ ନିଷିଦ୍ଧ କରିଛନ୍ତି ନିର୍ବାଚନ କମିଶନ। ଫେବ୍ରୁଆରି ୧୦ ତାରିଖ ସକାଳ ୭ଟାରୁ ମାର୍ଚ୍ଚ ୭ ତାରିଖ ସନ୍ଧ୍ୟା ୬ଟା ୩୦ ପର୍ୟ୍ୟନ୍ତ ଏକଜିଟ୍ ପୋଲ ଉପରେ କଟକଣା ଲଗାଯାଇଛି ।

ଏହି ସମୟ ଭିତରେ କୌଣସି ବ୍ୟକ୍ତି ବା ସଙ୍ଗଠନ ଏକଜିଟ୍ ପୋଲ କରିପାରିବେ ନାହିଁ ଏବଂ କୌଣସି ସଂସ୍ଥା ଏହାର ପ୍ରକାଶନ କିମ୍ବା ପ୍ରସାରଣ କରିପାରିବେ ନାହିଁ । ପୂର୍ବରୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟକ୍ଷ ନିର୍ବାଚନ ରାଲି କିମ୍ବା ଜନସଭା ଉପରେ କଟକଣା ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୧୦ ତାରିଖରୁ ପ୍ରଥମ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିଲା ବେଳେ ମାର୍ଚ୍ଚ ୭ ତାରିଖରେ ସପ୍ତମ ତଥା ଶେଷ ପର୍ୟ୍ୟାୟ ମତଦାନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି କରାଯିବା ସହ ଫଳ ପ୍ରକାଶ ପାଇବ ।