ଭିଜିଲାନ୍ସ ଜାଲରେ ଡିଏଫଓ ।

ଭିଜିଲାନ୍ସ ଜାଲରେ ଡିଏଫଓ ।

ଭିଜିଲାନ୍ସ ଜାଲରେ ଡିଏଫଓ ।
ଭିଜିଲାନ୍ସ ଜାଲରେ ବଡ଼ ମାଛ ପଡ଼ିଛି । ଲାଂଚ ନେଉଥିବାବେଳେ ଡିଏଫଓ ଧରା ପଡ଼ିଛନ୍ତି । ପାଟଣା ଗଡ଼ କେନ୍ଦୁଲିଫ ଡିଏଫଓ ପ୍ରଣବ କୁମାର ମହାନ୍ତିଙ୍କୁ ପୁଲିସ ଗିରଫ କରିଛି । ୧ ଲକ୍ଷ ୬୬ ହଜାର ଟଙ୍କା ପିସି ନେବାବେଳେ ସେ ଗିରଫ ହୋଇଛନ୍ତି । ବିଭାଗୀୟ ରେଂଜରଙ୍କ ଠାରୁ ପିସି ନେବାବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ । ମିଳିଥିବା ସୂଚନାନୁଯାୟୀ, ଏକ ବିଲ ପାଶ କରିବା ପାଇଁ ବିଭାଗୀୟ ରେଂଜରଙ୍କ ଠାରୁ ଟଙ୍କା ଦାବି କରିଥିଲେ ଡିଏଫଓ । ତେବେ ରେଂଜର ଏଥିପାଇଁ ରାଜିନଥିଲେ । କିନ୍ତୁ ଡିଏଫଓ ବାରବାର ଚାପ ପକାଇବାରୁ ସେ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଭିଜିଲାନ୍ସ ସଂପୃକ୍ତ ଡିଏଫଓଙ୍କୁ ଧରିବା ପାଇଁ ଛକି ବସିଥିଲା । ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ ରେଂଜରଙ୍କ ଠାରୁ ଲାଂଚ ନେଉଥିବାବେଳେ ଡିଏଫଓଙ୍କୁ ଭିଜିଲାନ୍ସ ଅଧିକାରୀ ଧରିବା ସହ ଗିରଫ କରିଥିଲା । ଶ୍ରୀ ମହାନ୍ତିଙ୍କର କେଉଁଠି କେତେ ଆୟ ବର୍ହିଭୂତ ସମ୍ପତି ରହିଛି ତାହାକୁ ନେଇ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।