ଭାରତ ପ୍ରସ୍ତୁତି କଲା ଆଣ୍ଟିବଡ଼ି ଟେଷ୍ଟ କିଟ୍‍

ଭାରତ ପ୍ରସ୍ତୁତି କଲା ଆଣ୍ଟିବଡ଼ି ଟେଷ୍ଟ କିଟ୍‍

ଭାରତ ପ୍ରସ୍ତୁତି କଲା ଆଣ୍ଟିବଡ଼ି ଟେଷ୍ଟ କିଟ୍‍
ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଭାରତ ଏହାର ହାତମୁଠା ଟାଣ କରିଛି । କରୋନା ପରୀକ୍ଷା ପାଇଁ ଭାରତରେ ପ୍ରଥମ ସ୍ୱଦେଶୀ ଆଣ୍ଟିବଡ଼ି ଟେଷ୍ଟ କିଟ୍‍ ପ୍ରସ୍ତୁତ ହୋଇଛି । ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରେ ଏହି ଟେଷ୍ଟ କିଟ ବିକାଶ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଏହି ସୂଚନା ଦେଇଛନ୍ତି । ଏକାଧିକ ଟ୍ୱିଟ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ସ୍ୱଦେଶୀ ଆଣ୍ଟିବଡ଼ି ଟେଷ୍ଟ କିଟର ଅନେକ ଗୁଣବତ୍ତା ରହିଛି । ଥରକେ ଅଢ଼େଇ ଘଣ୍ଟା ମଧ୍ୟରେ ଗୋଟିଏ ଟେଷ୍ଟ କିଟ ଏକାବେଳକେ ୯୦ ନମୁନା ପରୀକ୍ଷା କରିପାରିବ । ଏହା ଦ୍ୱାରା କରୋନା ପରୀକ୍ଷା ଅଧିକ ଗତିଶୀଳ ହୋଇପାରିବ । ସ୍ୱାସ୍ଥ୍ୟ କର୍ମୀମାନେ ଶୀଘ୍ର ରୋଗୀ ଚିହ୍ନଟ କରି ପରବର୍ତ୍ତୀ ପଦକ୍ଷେପ ନେଇପାରିବେ । ଏହି କିଟର ନାମ ‘ଆଇଜିଜି ଏଲିସା’ ରହିଛି । ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମୁତାବକ ମୁମ୍ବାଇର ଦୁଇଟି ସ୍ଥାନରେ ଏହି ସ୍ୱଦେଶୀ ଆଣ୍ଟିବଡ଼ି ଟେଷ୍ଟ କିଟକୁ ପରୀକ୍ଷା କରାଯାଇ ସ୍ୱୀକୃତି ଦିଆଯାଇଛି । ଏହାର ନମୁନାର ଠିକ୍‍ ରିପୋର୍ଟ ଦେଇପାରୁଛି । ଜିଲ୍ଲା ସ୍ତରରେ ମଧ୍ୟ ଏହି ଏଲିସାଭିତ୍ତିକ ଟେଷ୍ଟିଙ୍ଗ କିଟକୁ ସହଜରେ ବ୍ୟବହାର କରାଯାଇପାରିବ । ସୂଚନା ଥାଉ କି ମାସକ ମଧ୍ୟରେ ଏହି ଟେଷ୍ଟ କିଟ ପ୍ରସ୍ତୁତ କରାଯାଇଛି । ଏହାର ଦାମ ଆପେକ୍ଷିକ କମ ହୋଇଥିବା ବେଳେ ଶୀଘ୍ର ଏହା ରିପୋର୍ଟ ଦେଇପାରିବେ । ପର୍ଯ୍ୟାପ୍ତ ଉତ୍ପାଦନ ପାଇଁ ଜାଇଡସ କାଡିଲାକୁ ଏହାର ଟେକ୍ନୋଲୋଜି ସ୍ଥାନାନ୍ତର କରାଯାଇଛି । ଏହାର ବାଣିଜ୍ୟିକ ଉତ୍ପାଦନ ଓ ବିପଣନ ପାଇଁ ଜାଇଡସକୁ ଅନୁମତି ମିଳିଛି ।