ଭାଇରାଲ ହେଉଛି ‘ଦୋସା ପ୍ରିଣ୍ଟର’
ଭାଇରାଲ ହେଉଛି ‘ଦୋସା ପ୍ରିଣ୍ଟର’
ଚେନ୍ନାଇ: ଦେଖିବାକୁ ଅବିକଳ କାଗଜ ପ୍ରିଣ୍ଟର ଭଳି । କିନ୍ତୁ ସେହି ପ୍ରିଣ୍ଟରରୁ ସୁଇଚ୍ ଦବାଇଲେ କାଗଜ ନୁହେଁ ବାହାରୁଛି ଦୋସା । ଚେନ୍ନାଇର ସଂସ୍ଥା ଇଭୋସେଫ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦୋସା ମେକରର ଏକ ଭିଡ଼ିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ପ୍ରିଣ୍ଟରରେ ଅତି ସହଜରେ ପତଳା ଦୋସା ପ୍ରସ୍ତୁତ ହୋଇପାରୁଛି । ଏହି ମେସିନକୁ ବହୁ ଲୋକ ପ୍ରଶଂସା କରିଛନ୍ତି । କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ବିଶ୍ୱର ପ୍ରଥମ ଦୋସା ମେକର ଯାହା ଏକ ମିନିଟରୁ କମ୍ ସମୟ ଭିତରେ ଦୋସା ପ୍ରସ୍ତୁତ କରିପାରୁଛି । ଗ୍ରାହକମାନେ ଏଥିରେ ଦୋସା ତିଆରି କରିବା ବେଳେ ଘିଅ, ବଟର କିମ୍ବା ଚିଜକୁ ମଧ୍ୟ ବ୍ୟବହାର କରିପାରିବେ । ଏହି ମେସିନର ମୂଲ୍ୟ ୧୫,୯୯୯ଟଙ୍କା ରଖାଯାଇଛି ।




admin 