ଅମିତାଭଙ୍କ ଡାକ ଶୁଣି ଉଠଲେ କମେଡିଆନ ରାଜୁ ଶ୍ରୀବାସ୍ତବ!

ଅମିତାଭଙ୍କ ଡାକ ଶୁଣି ଉଠଲେ କମେଡିଆନ ରାଜୁ ଶ୍ରୀବାସ୍ତବ!

ଅମିତାଭଙ୍କ ଡାକ ଶୁଣି ଉଠଲେ କମେଡିଆନ ରାଜୁ ଶ୍ରୀବାସ୍ତବ!

ନୂଆଦିଲ୍ଲୀ : ଖୁସି ଖବର ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ସେନ୍ସ  । ଦୀର୍ଘ ୧୫ଦିନ ପରେ  ରେ ଆଖି ଖୋଲିଛନ୍ତି କମେଡ଼ିଆନ୍‌ ରାଜୁ ଶ୍ରୀବାସ୍ତବ  । ଅମିତାଭଙ୍କ ଡାକ ଶୁଣି ରାଜୁଙ୍କ ଚେତା ଫେରିଥିବା ସୂଚନା ମିଳିଛି  । ଅମିତାଭ ଉଠ ଯାଓ ରାଜୁ ବୋଲି ଏକ ଅଡିଓ ମେସେଜ୍‌ ପଠାଇଥିଲେ  । ଏହା ଶୁଣିବା ପରେ ରାଜୁ ଆଖି ଖୋଲିଥିଲେ  । 

ସୂଚନା ଅନୁସାରେ ଅଗଷ୍ଟ ୧୦ ତାରିଖରେ ହୃଦଘାତର ଶିକାର ହୋଇଥିବା  କମେଡିଆନ ରାଜୁ ଶ୍ରୀବାସ୍ତବ  ଏମ୍ସରେ ଭର୍ତ୍ତିହୋଇଥିଲେ  । ରାଜୁ୍ନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ ଥିଲା   । ବର୍ତ୍ତମାନ ରାଜୁଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ବ୍ୟକ୍ତଗତ ସଚିବ ଗର୍ବିତ ନାରଙ୍ଗ କହିଛନ୍ତି  ।  ଦିଲ୍ଲୀ ଏମ୍ସରୁ ମିଳିଥିବା ସୂଚନା ଅନୁାୟୀ, ହୃଦଘାତ  ଯୋଗୁଁ ରାଜୁଙ୍କ ମସ୍ତିଷ୍କ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଏପରିକି ଗତ ୧୦ ତାରିଖରେ ହୃଦଘାତ ହେବା ପରଠୁ  ଲାଇଫ୍‌ ସପୋର୍ଟ ସିଷ୍ଟମରେ ତାଙ୍କ ଚିକିତ୍ସା ଚାଲିଥିଲା ।