ଭାଇରାଲ ଅଡିଓ ମାମଲା : ଦୁଇୁ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡ

ଭାଇରାଲ ଅଡିଓ ମାମଲା : ଦୁଇୁ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡ

ଭାଇରାଲ ଅଡିଓ ମାମଲା : ଦୁଇୁ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡ
ଭୁବନେଶ୍ୱର : କରୋନା ମହାମାରୀ ଚିକିତ୍ସାରେ ଅବହେଳାକୁ ନେଇ ଭାଇରାଲ୍ ହୋଇଥିବା ଅଡିଓ ମାମଲାର ଦୁଇ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି । ମାମଲାର ତଦନ୍ତ ପରେ ପୁଲିସ ଗତକାଲି ଅରଟେଲର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ ମହାନ୍ତିଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଉଭୟଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଉଭୟ ଅଭିଯୁକ୍ତ ବୁଧବାର ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଏବଂ ବୁଧବାରଠୁ କମିଶନରେଟ୍ ପୁଲିସ ସେମାନଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।