ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା
ଡେରାଡୁନ୍ : କେରଳ, କର୍ଣ୍ଣାଟକରେ ବର୍ଷା ବିପôାତ ପରେ ଉତ୍ତରାଖଣ୍ଡରେ ମଧ୍ୟ ପ୍ରକୃତି ଏହାର ପ୍ରକୋପ ଦେଖାଇଛି । ଉତ୍ତରାଖଣ୍ଡର ରୁଦ୍ର ପ୍ରୟାଗରେ ଏକ ବାଦଲ ଫଟା ବର୍ଷା କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ଏକାଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ସୌଭାଗ୍ୟ ବଶତଃ ଏହି ଘଟଣାରେ କେହି ଆହତ ଅଥବା ମୃତାହତ ହୋଇ ନାହାନ୍ତି । ତେବେ ଚାମୋଲି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ପଥର ଖସି ପଡିବାରୁ ଜଣେ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏକ କାରରେ ଯାଉଥିବା ସମୟରେ ଘାଟିରୁ ପଥର ଖସିବାରୁ ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ସେହିପରି ଡେରାଡୁନରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଟାମସା ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି । ଏହା ସହିତ ତପକେଶ୍ୱର ମନ୍ଦିରର ଅଦେ୍ର୍ଧକ ଅଂଶ ପାଣିରେ ବୁଡି ରହିଛି ।