୧୨ରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ

୧୨ରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ

୧୨ରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ମାସ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ଆସନ୍ତା ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ୧୨.୩୦ରେ ସିଏଚ୍‌ଏସ୍ଇ ଅଫିସ୍‌ରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟର ଶେଷ ସପ୍ତାହ ଆଡକୁ କଳାର ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା ସହିତ କେତୋଟି ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇପାରିନଥିଲା । ଅପରପକ୍ଷରେ ଲକ୍‌ଡାଉନ୍, ସଟ୍‌ଡାଉନ୍ ଯୋଗୁଁ ଖାତା ଦେଖା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସିବିଏସ୍ଇ ଓ ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିଥିଲେ ।