ଭଲ ଖବର : ସମ ଅଲଟିମେଟରେ କମ୍ବୋ କକଟେଲ ଆଣ୍ଟିବଡି

ଭଲ ଖବର : ସମ ଅଲଟିମେଟରେ କମ୍ବୋ କକଟେଲ ଆଣ୍ଟିବଡି

ଭଲ ଖବର : ସମ ଅଲଟିମେଟରେ କମ୍ବୋ କକଟେଲ ଆଣ୍ଟିବଡି
ଭୁବନେଶ୍ବର : କରୋନା ସଂକ୍ରମିତଙ୍କ ପାଇଁ ଭଲ ଖବର । ସମ ଅଲଟିମେଟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କମ୍ବୋ କକଟେଲ ଆଂଟିବଡି ଚିକିତ୍ସାର ବ୍ୟବସ୍ଥା କରାଯାଇଛି । କରୋନାରେ ସଂକ୍ରମିତ ହେବାର ପ୍ରାରମ୍ଭିକ ଅବସ୍ଥାରେ ଏହି କକଟେଲ ଆଂଟିବଡି ନେଲେ ଗୁରୁତର ହେବାର ଆଶଙ୍କା ରହିନଥାଏ । ଏପରିକି ହସପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୭୦ରୁ ୮୦ ପ୍ରତିଶତ କମ ରହିଥାଏ । ସେହିପରି କରୋନାରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା ବେଶ ଫଳପ୍ରଦ ହୋଇଥିବା ବେଳେ ରୋଗୀ ତୁରନ୍ତ ସୁସ୍ଥ ହୋଇପାରିଥାନ୍ତି । ଯେଉଁମାନଙ୍କର ବଡି ମାସ ଇଣ୍ଡେକ୍ସ ୩୫ରୁ ଉର୍ଦ୍ଧ୍ବ ଥିବ, କିଡନୀ ଓ ମଧୁମେହ ରୋଗରେ ପୀଡିତ ଥିବେ, ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ହାଇପର ଟେନସନ ସହ ବିବିଧ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ଏହି ଆଣ୍ଟିବଡି କକଟେଲ ବେଶ ଫଳପ୍ରଦ ହୋଇଥାଏ । ଏ ନେଇ ଡ଼. ପ୍ରଦୀପ୍ତ ଶେଖର ପାତ୍ର(Clinical immunologist) ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ, ସମ ଅଲଟିମେଟରେ ଗୁଣାତ୍ମକ ଚିକିତ୍ସାର ବ୍ୟବସ୍ଥା ରହିଛି । ଅନେକ ଜଟିଳ ରୋଗର ସଫଳ ଓ ବିରଳ ଅସ୍ତ୍ରୋପଚାର କରି ଏହା‌ ଅନେକ କୀର୍ତ୍ତିମାନ ରଚିଛି । ସମ୍ପ୍ରତି ଅନେକ କରୋନା ରୋଗୀ ହଠାତ ଗୁରୁତର ହୋଇପଡିବା ସହ ଜାବନମରଣ ସହ ଯୁଝୁଥିବା ଦେଖିବାକୁ ମିଳିଛି । ଫଳରେ ଏଭଳି କକଟେଲ ବେଶ ସହାୟକ ହୋଇପାରିବ ।