ଲୁଣପାଣିରେ ଗାଧାନ୍ତୁ, ମିଳିବ ଏହି ଲାଭ

ଲୁଣପାଣିରେ ଗାଧାନ୍ତୁ, ମିଳିବ ଏହି ଲାଭ

ଲୁଣପାଣିରେ ଗାଧାନ୍ତୁ, ମିଳିବ ଏହି ଲାଭ
ଆପଣ ଲୁଣ ଦ୍ବାରା ହେଉଥିବା ଶାରୀରିକ ଲାଭ ବିଷୟରେ ତ ଜାଣିଥିବେ। କିନ୍ତୁ ଏହା ଆପଣଙ୍କ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ। ଏହାସହ ଲୁଣ ପାଣିରେ ଗାଧୋଇବା ଦ୍ବାରା ମଧ୍ୟ ଶରୀରରୁ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହାର ଅନେକ ଲାଭଦାୟକ ଗୁଣ ରହିଛି। ଆସନ୍ତୁ ଜାଣିବା ଲୁଣ ପାଣିରେ ଗାଧୋଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ .. ଥକାପଣ ଦୂର ହୋଇଥାଏ : ଲୁଣ ପାଣିରେ ଗାଧୋଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହାଦ୍ବାରା ଚର୍ମ କୋମଳ ରହିଥାଏ। ଲୁଣ ପାଣିରେ ଗାଧୋଇବା ଦ୍ବାରା ମାଂସପେଶୀୟ ଓ ଆଣ୍ଠୁଗଣ୍ଠି ବିନ୍ଧା କମ୍‌ ହୋଇଥାଏ। ଆପଣ ଥକି ଯାଇଥିଲେ ଲୁଣ ପାଣିରେ ଗାଧୋଇଲେ ଆଶ୍ବସ୍ତି ଅନୁଭବ ହୋଇଥାଏ। ଏହାସହ ନିଦ ମଧ୍ୟ ଠିକ ଭାବେ ହୋଇଥାଏ। ମୁହଁ ପାଇଁ ଲାଭଦାୟକ : ଗାଧୋଇବା ପାଣିରେ ଲୁଣ ମିଶାଇବା ଦ୍ବାରା ସେଥିରେ ମିନେରାଲ୍ସର ମାତ୍ରା ବୃଦ୍ଧି ହୋଇଥାଏ। ଏହା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଲୁଣରେ ଗାଧୋଇବା ଦ୍ବାରା ଏହା ଆପଣଙ୍କ ମୁହଁରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ସୋଡିୟମ ଇତ୍ୟାଦି ଅବଶୋଷଣ କରିନିଏ। ଯାହାଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ ଏବଂ ସୁସ୍ଥ ରହେ। ଜୀବାଣୁ ବାହାର କରେ : ଲୁଣ ଓ ଉଷୁମ ପାଣି ମୁହଁରେ ଥିବା ସମସ୍ତ ଖରାପ ଓ ହାନିକାରକ ତତ୍ତ୍ବ ବାହାର କରିବାରେ ସାହାର୍ୟ୍ୟ କରିଥାଏ। ଏହା ଶରୀରରୁ ହାନିକାରକ କୀଟାଣୁ ବାହାର କରିଥାଏ। ଦିନ ସାରା ଶରୀର ଅବଶୋଷଣ କରିଥିବା ହାନିକାରକ ବ୍ୟାକ୍ଟେରିଆକୁ ଏହା ବାହାର କରିବାରେ ସହାୟକ ହୋଇଥାଏ। ଏହା ମୁହଁକୁ କୋମଳ ମଧ୍ୟ କରିଥାଏ। ଚିନ୍ତା ଠାରୁ ମୁକ୍ତି ଦେଇଥାଏ : ସର୍ବଦା ଚିନ୍ତାଗ୍ରସ୍ତ ରହୁଥିବା ବ୍ୟକ୍ତି ଲୁଣ ପାଣିରେ ଗାଧୋଇବା ଉଚିତ। କାରଣ ଏହାଦ୍ବାରା ମନ ଶାନ୍ତ, ଖୁସି ଓ ଆରାମ ଲାଗିଥାଏ। ଏହା ମାନସିକ ଶାନ୍ତି ମଧ୍ୟ ଦେଇଥାଏ।