ବୟସ୍କଙ୍କ ମୁଣ୍ଡରେ ସୋଲାର ଫ୍ୟାନ
ବୟସ୍କଙ୍କ ମୁଣ୍ଡରେ ସୋଲାର ଫ୍ୟାନ
ଭାରତୀୟ ଲୋକେ ଯୋଗାଡ଼ କରିବାରେ ଖୁବ ଆଗରେ । ଯେ କୌଣସି କାର୍ଯ୍ୟ ହଉ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ଓ ସଫଳତା ହାସଲ କରିବାରେ ଥାଏ ଆନନ୍ଦ । ପୁରୁଣା ଜିନିଷକୁ ଦେଖିଲେ ତାକୁ କିପରି ସଜାଡ଼ି ଅନ୍ୟ କାମରେ ଲଗାଯାଇପାରିବ ଏଥିରେ ଧୁରନ୍ଧର ଆମ ଲୋକେ । ଗଲା କିଛିଦିନ ହେଲା, ଉତ୍ତରପ୍ରଦେଶ ରାସ୍ତାରେ ବୁଲାବୁଲି କରୁଥିବା ଜଣେ ବୟସ୍କ ଲୋକ ମୁଣ୍ଡରେ ପଙ୍ଖା ଲଗାଇ ବୁଲୁଛନ୍ତି । ଯେଉଁଠି ଯାଇ ସେ ଛିଡ଼ା ହେଉଛନ୍ତି, ଲୋକେ ତାଙ୍କର ଭିଡ଼ିଓ କରିବାରେ ଲାଗିପଡ଼ୁଛନ୍ତି । ଗରମରୁ ରକ୍ଷା ପାଇବା ପାଇଁ ବୟସ୍କ ଜଣକ ଏଭଳି ଉପାୟ ପାଞ୍ଚିଛନ୍ତି । ସୌରଚାଳିତ ପଙ୍ଖାକୁ ସେ ଘର ପାଖ ଦୋକାନରୁ ବରାଦ ଦେଇ ତିଆରି କରିଛନ୍ତି ।
ମଝିରେ ଗରମର ପ୍ରକୋପ ଯେପରି ବଢ଼ୁଥିଲା, ସେହି ସମୟରେ ଆଉ କିଛି ଉପାୟ ନ ପାଇ ଶେଷରେ ସେ ସୌରଚାଳିତ ପଙ୍ଖାଟେ ତିଆରି କରିବାକୁ ଭାବିଥିଲେ । ଏଥିପାଇଁ ଯେ ସେ ଚର୍ଚ୍ଚାକୁ ଆସିବେ, ସେ କଥା ବୟସ୍କ ଜଣକ ଭାବି ନଥିଲେ । ମାତ୍ର ୨୦୦ଟଙ୍କାରେ ସେ ପଙ୍ଖାଟିକୁ ତିଆରି କରିଛନ୍ତି । ଘରେ ତାଙ୍କର ଛୋଟ ପୁରୁଣା ପଙ୍ଖାଟିଏ ଥିଲା । ହଳଦିଆ ରଙ୍ଗର ଟୋପି ସହ ପଙ୍ଖା ଖଞ୍ଜା ଯାଇଛି । ତାଙ୍କ ଦେଖାଦେଖି ଅନ୍ୟ କେତେଜଣ ମଧ୍ୟ ଏହିଭଳି ସୌରଚାଳିତ ପଙ୍ଖା ତିଆରି କରିବାକୁ ସେହି ଦୋକାନରେ ବରାଦ ଦେଇଛନ୍ତି ।




admin 