ବୟଫ୍ରେଣ୍ଡଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ଗିରଫ

ବୟଫ୍ରେଣ୍ଡଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ଗିରଫ

ବୟଫ୍ରେଣ୍ଡଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ଗିରଫ


ବାରିପଦା: ବୟଫ୍ରେଣ୍ଡଙ୍କୁ ମାଡ଼ ମାରି + ୩ରେ ପଢ଼ୁଥିବା ପ୍ରେମିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଲେ ତିନି ଯୁବକ। ପରେ ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିଜୟାଦଶମୀରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଶୁକ୍ରବାର ସନ୍ଧ୍ୟା ବେଳେ + ୩ରେ ପଢ଼ୁଥିବା ଛାତ୍ରୀ ଜଣକ ନିଜର ବୟଫ୍ରେଣ୍ଡ ସହ ବାଇକ୍‌ରେ ବାଲେଶ୍ୱରରୁ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଭିମୁଖେ ଆସୁଥିଲେ। ତେବେ ସେମାନେ କଳମା ଛକ ନିକଟରେ ଅଟକି ଥିଲେ। ଠିକ୍‌ ଏହି ସମୟରେ ବାଙ୍କତିରା ଗାଁର ତିନି ଜଣ ଯୁବକ ବାଇକ୍‌ରେ ଆସି ସେମାନଙ୍କ ପାଖରେ ଅଟକି ଥିଲେ। ପରେ ଛାତ୍ରୀଙ୍କ ବୟଫ୍ରେଣ୍ଡଙ୍କୁ ନିସ୍ତୁକ ପିଟିଥିଲେ। ତା’ପରେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।


ସୌଭାଗ୍ୟକୁ ବୈଶିଙ୍ଗା ଥାନା ପୁଲିସ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିଲା। ମାଡ଼ ଖାଇଥିବା ଯୁବକ(ଯୁବତୀଙ୍କ ବୟଫ୍ରେଣ୍ଡ) ପୁଲିସ ଗାଡ଼ି ଅଟକାଇ ପୂରା ଘଟଣା କହିଥିଲେ। ଏହା ପରେ ପୁଲିସ ଜଙ୍ଗଲ ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଗୋଟିଏ ମନିପର୍ସ ଓ ଅଭିଯୁକ୍ତଙ୍କ ବାଇକ୍‌ ଜବତ କରିଥିଲା।