ବଡ଼ଦିନ ପରେଡ୍‌ ବେଳେ ମାଡ଼ିଗଲା ଏସ୍‌ୟୁଭି

ବଡ଼ଦିନ ପରେଡ୍‌ ବେଳେ ମାଡ଼ିଗଲା ଏସ୍‌ୟୁଭି

ବଡ଼ଦିନ ପରେଡ୍‌ ବେଳେ ମାଡ଼ିଗଲା ଏସ୍‌ୟୁଭି

ୱାସିଂଟନ୍: ଆମେରିକାର ୱିଜ୍କନ୍ସିନ୍ରେ ରବିବାର ଘଟିଛି ଅଭାବନୀୟ ଘଟଣା।  ଅପରାହ୍ଣ ୪ଟା ୩୦ରେ ଭୋକେଶାର ମିଲ୍ୱୌକିରେ ଏହି ଦୁର୍ଘଟଣା ଘଟିଛି। ଏହି ବାର୍ଷିକ ସମାରୋହ ଦେଖିବା ପଶଇଁ ବଡ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଏହି ବଡଦିନ ପରେଡ୍ ଚାଲିଥିବା ବେଳେ ମୁଖ୍ୟ ସଡକର ପଶ୍ଚିମ ଦିଗରୁ ଏକ ଲାଲ ରଙ୍ଗର ଏସ୍ୟୁଭି କାର୍ ଦ୍ରୁତ ଗତିରେ ବ୍ୟାରିକେଡ୍ ଭାଙ୍ଗି ମାଡି ଆସିଥିଲା। ଉକ୍ତ ଗାଡିଟି ଭିଡ ଭିତରେ କିଛି ଲୋକଙ୍କୁ ଦଳି ଦେଇଥିବା ବେଳେ ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ଧକ୍କା ଦେଇଥିବା ପୁଲିସ ସୂଚନା ଦେଇଛି।

ଫଳରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଜଣେ ବ୍ୟଙ୍କିଙ୍କ ପୁଲିସ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ଏସ୍ୟୁଭି ଗାଡିକୁ ଜବତ କରିଛି।

ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଦ୍ରୁତଗତିରେ ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା। କିନ୍ତୁ ତାହା ଅଟକି ନଥିଲା। ଏବଂ ଲୋକଙ୍କ ଉପରକୁ ମାଡିଯାଇଥିଲା। ସେପଟେ ମୃତବ୍ୟକ୍ତମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆ ନ ଯିବା ପର୍ୟ୍ୟନ୍ତ ମୃତ୍ୟୁସଂଖ୍ୟା ପ୍ରକାଶ କରାଯିବ ନାହିଁ ବୋଲି ସେ କହିଛନ୍ତି।