ବ୍ରେକଅପ ପରେ ସାଥି ସହିତ ବିତାଇଥିବା ମୁହୂର୍ତ୍ତ ମନେ ପଡୁଛିକି, ଏହା କରନ୍ତୁ
ବ୍ରେକଅପ ପରେ ସାଥି ସହିତ ବିତାଇଥିବା ମୁହୂର୍ତ୍ତ ମନେ ପଡୁଛିକି, ଏହା କରନ୍ତୁ
ପ୍ରେମ ସମ୍ପର୍କ ଏକ ମଧୁର ସମ୍ପର୍କ । ଯେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥାଏ, ସେତେବେଳେ ଉଭୟ ଖୁସି ଥାଆନ୍ତି । କୁହାଯାଏ ପ୍ରେମ ଯେତେବେଳେ ହୁଏ କେହି ଜାଣି ପାରନ୍ତି ନାହିଁ । ଆଗରୁ ପୁଅ ଝିଆମାନେ ପରସ୍ପରକୁ ଭେଟି କଥା ହେଉଥିଲେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରୁ ପ୍ରେମ ଆରମ୍ଭ ହେଉଛି । କିନ୍ତୁ ଏହି ପ୍ରେମ ସମ୍ପର୍କକୁ ସମସ୍ତେ ସଠିକ୍ ପରିଚାଳନା କରିପାରନ୍ତି ନାହିଁ । ସେଥିପାଇଁ ବ୍ରେକଅପ ହୋଇଥାଏ । ଅନେକ ଏହାକୁ ନେଇ ଭାଙ୍ଗି ପଡିଥାନ୍ତି ଓ ଭାବନ୍ତି ଏଇଠୁ ଜୀବନ ସରିଗଲା । କିନ୍ତୁ ଏହି ସମୟରେ ନିଜକୁ ଦୃଢ କରିବା ଉଚିତ୍ । ସାଙ୍ଗମାନେ ଜୀବନରେ ଅନେକ ସାହାଯ୍ୟ କରିଥାନ୍ତି । ଯେଉଁକଥାଗୁଡିକ ପରିବାର ସଦସ୍ୟଙ୍କୁ କହିହେବ ନାହିଁ, ସେଗୁଡିକ ସାଙ୍ଗ ସାମ୍ନାରେ କହି ହୋଇଥାଏ । ତେଣୁ ବ୍ରେକଅପ ପରେ ଯଦି ପୁରୁଣା ସାଥିର ସ୍ମୃତି ମନେପଡୁଛି, ତେବେ ସାଙ୍ଗ ସହ ଅଧିକ ସମୟ ବିତାନ୍ତୁ । ଏହା ସହିତ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । କାରଣ ଯଦି ଆମେ କୌଣସି କାର୍ଯ୍ୟରେ ଲିପ୍ତ ରହୁ, ତେବେ ଆମେ ପୁରୁଣା ଦିନର ସ୍ମୃତିଠାରୁ ଦୂରେଇ ରହିପାରିବା । ଯେତେବେଳେ କିଛି ପୁରୁଣା ସ୍ମୃତି ମନେ ପଡିଥାଏ ଏହା ସହିତ ଜଡିତ ଥିବା ପୁରୁଣା ପ୍ରେମିକକୁ ଅଧିକ ମିସ୍ କରିଥାନ୍ତି । ଯେମିତିକି ମୋବାଇଲରେ ଥିବା ଦୁହିଁଙ୍କର ପୁରୁଣା ଫଟୋ କିମ୍ବା ଭିଡିଓ ଗୁଡିକ ଦେଖିଲେ ଅତ୍ୟଧିକ ସାଥି କଥା ମନେପଡିଥାଏ । ଏପରି ସ୍ଥଳେ ନିଜଠାରୁ ସମସ୍ତ ସ୍ମୃତିଗୁଡିକୁ ଦୂରେଇ ଦେବା ଉଚିତ୍ । କୁହାଯାଏ ଯେତେବେଳେ ତୁମେ ଏକୁଟିଆ ଅନୁଭବ କରୁଛ ସେହି ସମୟରେ ଭ୍ରମଣରେ ଯିବା ଉଚିତ୍ । ଆପଣ ଆପଣଙ୍କର ସାଙ୍ଗ କିମ୍ବା ପରିବାର ସହିତ ଭ୍ରମଣରେ ଯାଇପାରିବେ । ନିଜ ପ୍ରିୟ ସ୍ଥାନକୁ ବୁଲିବାକୁ ଯାଆନ୍ତୁ । କିନ୍ତୁ କେବେ ଏକା ଭ୍ରମଣ କରିବାକୁ ଯାଆନ୍ତୁ ନାହିଁ ।




admin 