ବୋହୂର ଟାଙ୍ଗିଆ ଚୋଟରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ

ବୋହୂର ଟାଙ୍ଗିଆ ଚୋଟରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ

ବୋହୂର ଟାଙ୍ଗିଆ ଚୋଟରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ

କାମାକ୍ଷାନଗର : ବୋହୂର ଟାଙ୍ଗିଆ ଚୋଟରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ବ୍ୟକ୍ତିଙ୍କ ନାଁ ବେଣୁଧର ପ୍ରଧାନ। ତାଙ୍କ ବୋହୂଙ୍କ ନାଁ ଯଶୋଦା ପ୍ରଧାନ। ଯଶୋଦା ବି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୌଣସି ପାରିବାରିକ କଥାକୁ ନେଇ ଶନିବାର ରାତି ପ୍ରାୟ ୯ଟା ବେଳେ ବେଣୁଧର ଓ ତାଙ୍କ ବଡ଼ ବୋହୂ ଯଶୋଦାଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ବଚସା ଉଗ୍ରରୂପ ଧାରଣ କରିଥିଲା। ଶ୍ୱଶୁର-ବୋହୂ ପ୍ରଥମେ ହାତାହାତି ହୋଇଥିଲେ ଓ ପରେ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ।

ଯଶୋଦାଙ୍କ ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ବେଣୁଧର। ସେହିଭଳି ବେଣୁଧରଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇଛନ୍ତି ଯଶୋଦା।

ଗାଁ ଲୋକେ ଉଭୟ ବେଣୁଧର ଓ ଯଶୋଦାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିଲେ। ଯଶୋଦାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।