ବେଶରମ ରଙ୍ଗ ଗୀତ ରେ ୧୦୦ମିଲିୟନ ଭ୍ୟୁ

ବେଶରମ ରଙ୍ଗ ଗୀତ ରେ ୧୦୦ମିଲିୟନ ଭ୍ୟୁ

ବେଶରମ ରଙ୍ଗ ଗୀତ ରେ ୧୦୦ମିଲିୟନ ଭ୍ୟୁ

ବିବାଦ ଭିତରେ ବି ଲୋକପ୍ରିୟତା ସାଉଣ୍ଟୁଛି ଫିଲ୍ମ ‘ପଠାନ’ର ‘ବେଶରମ୍‌ ରଙ୍ଗ’ ଗୀତ । ରେମାନସ କିଙ୍ଗ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଗୀତକୁ ୧୦କୋଟି ଭ୍ୟୁ ମିଳିସାରିଛି । ଏ ନେଇ ୟଶ ରାଜ ଫିଲ୍ମସ ଏହାର ଟୁଇଟର ହ୍ୟାଣ୍ଡେଲରେ ଏକ ଟୁଇଟ କରିଛି । ଏଥିରେ ଲେଖାଯାଇଛି, ୧୦୦ମିଲିୟନ ଭ୍ୟୁ ଏବଂ ଏହା ଆରମ୍ଭ ମାତ୍ର । ଗୀତଟି ରିଲିଜ ହେବା ପରଠାରୁ ବିବାଦରେ ଫସିଛି ।

 ଦୀପିକା ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆପତ୍ତିଜନକ ଦୃଶ୍ୟ ସୁଟିଂ କରିଥିବା ଅଭିଯୋଗ ହୋଇଛି । ତେଣୁ ଫିଲ୍ମକୁ ବର୍ଜନ କରିବାକୁ ସୋସିଆଲ ମିଡ଼ିଆରେ ‘ବଏକଟ’ ଟ୍ରେଣ୍ଡ ଚାଲିଛି । ଆସନ୍ତା ୨୫ ଜାନୁୟାରୀରେ ‘ପଠାନ’ ମୁକ୍ତିଲାଭ କରିବ ।