ବୁଡ଼ିଗଲେ ଦୁଇ ନାବାଳିକା

ବୁଡ଼ିଗଲେ ଦୁଇ ନାବାଳିକା

ବୁଡ଼ିଗଲେ ଦୁଇ ନାବାଳିକା
ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଗୋଲୁର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ଅପରାହ୍ନରେ ମାଛ ଧରିବାକୁ ଯାଇଥିବା ଦୁଇ ନାବାଳିକାଙ୍କ ପାତାଳୀ ନଦୀରେ ବୁଡ଼ି ମୃତୁ୍ୟ ହୋଇଛି । ଏହି ଘଟଣା ଉଭୟଙ୍କ ପରିବାର ଲୋକଙ୍କୁ ସ୍ତବ୍ଧ କରିଛି । ସୂଚନା ଅନୁସାରେ, ତାମିଡଙ୍ଗ ଗାଁର ଭକ୍ତରାମ ଖିଲ ଏବଂ ଯମୁନା ଖିଲାଙ୍କ ଝିଅ ତାଲିମ ଖିଲା (୧୩) ପେଡଇସିଂ ଗାଁ ନିକଟରେ ବୋହି ଯାଇଥିବା ପାତାଳୀ ନଦୀକୁ ସକାଳେ ମାଛ ଧରିବାକୁ ଯାଇଥିଲେ । ସାଥୀରେ ପଡେ଼ଇସିଂ ଗ୍ରାମର ଦସମନ୍ତ ଖିଲ ଏବଂ ଗୁନାମା ଖିଲଙ୍କ ଝିଅ ଅମିତା ଖିଲ (୧୨) ମଧ୍ୟ ଯାଇଥିଲା । ତେବେ ମାଛ ଧରିବା ମଧ୍ୟରେ ଅନ୍ୟମନସ୍୍ ହୋଇ ଦୁହେଁ ନଦୀ ମଝିକୁ ଚାଲି ଯାଇଥିଲେ । ବୁଡ଼ିବା ଆରମ୍ଭ କରିବାରୁ ପ୍ରାଣ ବିକଳରେ କୂଳକୁ ଫେରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଗଭୀର ଜଳରେ ଦୁହେଁ ଛଟପଟ ହେବା ଦେଖି କୂଳରେ ଥିବା ଲୋକ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଜଳର ସ୍ରୋତ ଅଧିକ ଥିବାରୁ ଦୁହେଁ ଦୂରକୁ ଭାସି ଯାଇଥିଲେ । ଖବର ପାଇ ବହୁ ସଂଖ୍ୟାରେ ଗ୍ରାମବାସୀ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ବହୁ କଷ୍ଟରେ ଉଭୟଙ୍କୁ ନଦୀ ମଝିରୁ ଉଦ୍ଧାର କରି ଆଣିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତୁ୍ୟ ହୋଇସାରିଥିଲା ।