ବାପାଙ୍କ ଜାଲ ଦସ୍ତଖତରେ ୪୦ ଲକ୍ଷ ନେଇଗଲା ଝିଅ

ବାପାଙ୍କ ଜାଲ ଦସ୍ତଖତରେ ୪୦ ଲକ୍ଷ ନେଇଗଲା ଝିଅ

ବାପାଙ୍କ ଜାଲ ଦସ୍ତଖତରେ ୪୦ ଲକ୍ଷ ନେଇଗଲା ଝିଅ
ସୁନ୍ଦରଗଡ଼: ବାପାଙ୍କ ଜାଲ ଦସ୍ତଖତରେ ଆକାଉଣ୍ଟରୁ ୪୦ ଲକ୍ଷ ଉଠାଇ ନେଲା ଝିଅ । ୬ ମାସ ପରେ ଜାଣିଲେ ବାପା, ଆଉ ଏବେ ଝିଅ ନାମରେ ଦେଇଛନ୍ତି ଏତଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ରୋଚକ ଘଟଣା । ବାପା ଝିଅଙ୍କ କଥା ହୋଇଥିବାରୁ ଆପୋସ ବୁଝାମଣା କରିନେବାକୁ ପୁଲିସ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ବାପା ଏମସିଏଲ ବିସ୍ଥାପିତ ଭାବେ ବିପୁଳ କ୍ଷତିପୂରଣ ରାଶି ପାଇଥିଲେ । ଯାହାକୁ ସେ ସୁନ୍ଦରଗଡ଼ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟରେ ଜମା କରିଥିଲେ । ଏହା ମଧ୍ୟରେ ତାଙ୍କ ଝିଅ କିଞ୍ଜିରକେଲା ଥାନା ଅଞ୍ଚଳରେ ପ୍ରେମ ବିବାହ କରିଥିଲା । ପରିବାର ଲୋକ ପ୍ରଥମେ ବିବାହକୁ ବିରୋଧ କରିଥିଲେ । ଝିଅକୁ ଘରକୁ ଆସିବା ପାଇଁ ବାରଣ କରି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରହଣ କରି ନେଇଥିଲେ । ଝିଅ ସମୟ ସମୟରେ ଘରକୁ ଯିବା ଆସିବା କରୁଥିଲା । ଏହି ସୁଯୋଗରେ ୬ ମାସ ତଳେ ବାପାଙ୍କ ଚେକ ବହିରୁ କିଛି ଚେକ ଚୋରାଇ ନେଇ ଆସିଥିଲା ଝିଅ । ଚେକରେ ବାପାଙ୍କ ଅବିକଳ ଦସ୍ତଖତ କରି ୪୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲା । ସେଥିରୁ ୭ ଲକ୍ଷ ଟଙ୍କା ଉଠାଇ ନେଇ ଖର୍ଚ୍ଚ ମଧ୍ୟ କରି ସାରିଥିଲା ।