ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଛିନ୍ନ କଲା ଆମେରିକା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଛିନ୍ନ କଲା ଆମେରିକା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଛିନ୍ନ କଲା ଆମେରିକା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା । ଶୁକ୍ରବାର ଏଠାରେ ରାଷ୍ଟ୍ରପତି ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଚୀନରୁ ଆରମ୍ଭ ହୋଇଥିବା କରୋନା ସମ୍ପର୍କରେ ତଥ୍ୟକୁ ଚାପିଥିବାରୁ ସଂଗଠନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି । ସେ କହିଛନ୍ତି ଯେ ଚୀନକୁ ସାହାଯ୍ୟ କରିବାକୁ ଯାଇ ସ୍ୱାସ୍ଥ୍ୟ ସଂଗଠନ ଠିକ୍‍ ସମୟରେ କରୋନା ସମ୍ପର୍କରେ ସୂଚନା ନ ଦେବାରୁ ଆଜି ବିଶ୍ୱ ମହାମାରୀର ରୂପ ନେଇଛି ଏବଂ ଆମେରିକାରେ ଏକ ଲକ୍ଷ ଲୋକଙ୍କ ଜୀବନ ନେଲାଣି । ସେହିଭଳି ଚୀନର ହଂକଂ ନୀତିର ସମାଲୋଚନା କରି ଟ୍ରମ୍ପ କହିଲେ ଯେ ଏହା ଗ୍ରହଣୀୟ ନୁହେଁ । ଚୀନର କେତେକ ନିର୍ଦ୍ଧିଷ୍ଟ ଲୋକଙ୍କୁ ଆମେରିକା ପ୍ରତି ବିପଦ ଦର୍ଶାଇ ସେମାନଙ୍କର ଆମେରିକା ପ୍ରବେଶ ଉପରେ ମଧ୍ୟ ସେ କଟକଣା ଜାରି କରିଛନ୍ତି ।