ଏଥର ବିନା ଭକ୍ତରେ ହେବ ରଥଯାତ୍ରା ଓ ସ୍ନାନଯାତ୍ରା ।

ଏଥର ବିନା ଭକ୍ତରେ ହେବ ରଥଯାତ୍ରା ଓ ସ୍ନାନଯାତ୍ରା ।

ଏଥର ବିନା ଭକ୍ତରେ ହେବ ରଥଯାତ୍ରା ଓ ସ୍ନାନଯାତ୍ରା ।
ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ସୂଚନା ଦେଇ କହିଛନ୍ତି ଯେ, ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇ ପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ହେଉଥିବାରୁ ସ୍ନାନଯାତ୍ରା ହେବ । ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସାଧାରଣ ଦଶନାର୍ଥୀଙ୍କ ପାଇଁ ବନ୍ଦ ହେତୁ ସାହାଣମେଲା ଦର୍ଶନ ବନ୍ଦ । ସ୍ନାନଯାତ୍ରା ସିଧା ପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ ସେନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ବ୍ୟବସ୍ଥା କରିବେ । ସ୍ନାନଯାତ୍ରାରେ କୋଭିଡ ଗାଇଡଲାଇନକୁ ସେବକମାନେ ପାଳନ କରିବେ । କରୋନା ରିସ୍କ ଏଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତଦେଇଥିବା ଗଜପତି ମହାରାଜା କହିଛନ୍ତି ।