ବିଶ୍ୱ ଫଟୋଗ୍ରାଫି ଦିବସ
ବିଶ୍ୱ ଫଟୋଗ୍ରାଫି ଦିବସ
ପ୍ରତ୍ୟେକ ଘଟଣାବଳୀ ଓ କାର୍ଯ୍ୟକ୍ରମର ରେକଡର଼୍ ରଖିବା ମାର୍ଗ ହେଉଛି ଫଟୋଗ୍ରାଫି । ସେହିପରି ଅତୀତର ସ୍ମୃତିକୁ ସାଇତି ରଖିବାର ମାର୍ଗ ସେଲଫି । ଏହି କଳାର ଖୁସି ପାଳନ କରିବାକୁ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖ ପାଳିତ ହୁଏ ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋଗ୍ରାଫିର କଳାକୁ ଏହି ଦିବସ ସମ୍ମାନ ଦିଏ । ଏ କ୍ଷେତ୍ରରେ ରୁଚି ରଖିଥିବା ଲୋକଙ୍କୁ ମଧ୍ୟ ଉତ୍ସାହିତ କରେ । ଫଟୋଗ୍ରାଫି କ୍ୟାରିୟର ଗଢ଼ିବାକୁ ଏହି ଦିବସ ପ୍ରେରିତ କରେ ।
ଏହି ଦିବସର ପ୍ରାରମ୍ଭ ୧୮୩୭ ମସିହାରେ ହୋଇଥିଲା । ପ୍ରାନ୍ସର ଜୋସେଫ ନିସଫୋର ନିପସେ ଓ ଲୁଇସ୍ ଡ଼ାଗୁଏର ‘ଡ଼ାଗୁଏରୋଟାଇପ’ ନିର୍ମାଣ କରିଥିଲେ ।ଏହାଥିଲା ବିଶ୍ୱର ସର୍ବପ୍ରଥମ ଫଟୋଗ୍ରାଫିକ ପ୍ରକ୍ରିୟା । ଏହାର ଦୁଇ ବର୍ଷ ପରେ ୧୯୩୯ ମସିହା ଜାନୁଆରୀ ୯ ତାରିଖରେ ଡ଼ାଗୁଏରୋଟାଇପ ଆନୁଷ୍ଠାନିକ ଭାବେ ଫ୍ରେଞ୍ଚ ଏକାଡେ଼ମୀ ଅଫ ସାଇନ୍ସ ଦ୍ୱାରା ଅନୁମୋଦିତ ହୋଇଥିଲା । ଡ଼ାଗୁଏରଙ୍କ ଉଦ୍ଭାବନକୁ ଡ଼ାଗୁଏରୋଟାଇପ ନାମ ଦିଆଯାଇଥିଲା । ଦୃଶ୍ୟ କିମ୍ବା ମୁହଁ ଗୁଡ଼ିକୁ ଅବିକଳ ଛପାଇବାର ଏହା ଏକ ଶସ୍ତା ଓ ସଠିକ ସଫଳତା ଥିଲା । ଏହାର କିଛି ବର୍ଷ ପରେ ସମଗ୍ର ପ୍ୟାରିସ ଓ ବିଶ୍ୱର ଫଟୋଗ୍ରାଫି ଷ୍ଟୁଡ଼ିଓ ଗଢ଼ି ଉଠିଲା ।




admin 