ବିଲେଇକୁ ବାୟା କରିଛି ମୋବାଇଲ
ବିଲେଇକୁ ବାୟା କରିଛି ମୋବାଇଲ
ବାପା-ମା’ ମାନେ ପିଲାଙ୍କ ମୋବାଇଲ ନିଶା ଛଡ଼ାଇବାକୁ ଯେନତେନ ଉପାୟ ପାଞ୍ଚୁଛନ୍ତି । ଏବେ ସେହି ତାଲିକାରେ ଘରେ ପୋଷାଜନ୍ତୁମାନେ ମଧ୍ୟ ସାମିଲ ହୋଇଗଲେଣି । ଗୋଟିଏ ଜଣାଶୁଣା ୱେବସାଇଟରେ ବିଲେଇ ଭିଡ଼ିଓ ବାରମ୍ବାର ଅପଲୋଡ଼ ହେଉଛି । ମାଲିକ ଜଣକ ତାଙ୍କ ପୋଷା ବିଲେଇକୁ ବଡ଼ ଟ୍ୟାବଟେ ଦେଇଛନ୍ତି । ଟ୍ୟାବରେ ଭିଡ଼ିଓ ଦେଖି ସମୟ କାଟୁଛି ବଲେଇ । ଆଛ ଯଦି କେତେବେଳେ, କେମିତି ଟ୍ୟାବଟି ପାସୱାଡର଼୍ ପଡ଼ି ବନ୍ଦ ହୋଇଯାଉଛି, ସେ ମାଲିକଙ୍କ ପାଖକୁ ଆସି ଚାହୁଁଛି । ମାଲିକ ଭଲରେ ବୁଝିଯାଉଛନ୍ତି ଯେ ନିଶ୍ଚୟ ଟ୍ୟାବ୍ ଲକ୍ ହୋଇଯାଇଛି । ପୋଷାଜନ୍ତୁର ଏହି ମୋବାଇଲ ନିଶା ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।




admin 