ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ


ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି । ଛେଣ୍ଡ୍‌ଠାରେ ନିର୍ମିତ ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ଓ ମୋ ବସ୍‌ ସମେତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ । ୧୨ଟା ୨୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ପରିସରରେ ଥିବା ୱାର୍ଲ୍ଡ କପ୍‌ ଭିଲେଜକୁ ଉଦ୍‌ଘାଟନ କରିବେ । ଅପରାହ୍ନ ୪ଟା ସମୟରେ ଡିଏଭି ପୋଖରୀ, ମୋ ବସ୍‌ର ଉଦ୍‌ଘାଟନ କରିବା ସହ ସେହିଠାରେ ହିଁ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜର ଉଦ୍‌ଘାଟନ କରିବେ । ଏହାପରେ ଅପରାହ୍ନ ୪.୨୦ ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବେ ।  ଉଦ୍‌ଘାଟନ କାର୍ୟ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ୪ଟା ୪୫ ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ୟ୍ୟକ୍ରମ ରହିଛି ।