ବିବାଦରେ ସୁପରଷ୍ଟାର ଆମିର ଖାନ୍
ବିବାଦରେ ସୁପରଷ୍ଟାର ଆମିର ଖାନ୍
ମୁମ୍ବାଇ: ଏବେ ବଲିଉଡ଼ରେ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ସୁପରଷ୍ଟାର ଆମିର ଖାନ୍ । ଏକ ବିଜ୍ଞାପନକୁ ନେଇ ବିବାଦରେ ଫସିଯାଇଛନ୍ତି ଆମିର । ବିଜ୍ଞାପନଟି ଏକ ଘରୋଇ ବ୍ୟାଙ୍କର । ସେଥିରେ ତାଙ୍କ ସହ କିଆରା ଆଡ଼ଭାନି ବି ନଜର ଆସୁଛନ୍ତି । ବିଜ୍ଞାପନରେ ଆମିର କିଆରା ନବବିବାହିତ ଦମ୍ପତି ହୋଇଛନ୍ତି । ସେଥିରେ ବିବାହ ପରେ କନ୍ୟାର ଗୃହ ପ୍ରବେଶ ବଦଳରେ ଘରଜ୍ୱାଇଁ ଭାବେ ଆମିର ଗୃହ ପ୍ରବେଶ କରିଛନ୍ତି । ଏହି ବିଜ୍ଞାପନକୁ ନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କଡ଼ା ଆପତ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏମିତି ବିଜ୍ଞାପନ ଦ୍ୱାରା ଭାବନା ଆଘାତ ହୋଇଥାଏ । ଆମିରଙ୍କୁ ଏଥିଲାଗି ଅନୁମତି ନାହିଁ । ମୋ ପାଖକୁ ଅଭିଯୋଗ ଆସିଥିଲା । ଯେତେବେଳେ ମୁଁ ଏ ବିଜ୍ଞାପନ ଦେଖିଲି ମୋତେ ବି ଭୁଲ ଲାଗିଲା । ଭାରତୀୟ ପରମ୍ପରା ଓ ରୀତି-ନୀତିକୁ ଧ୍ୟାନରେ ରଖି ହିଁ ଆମିର ବିଜ୍ଞାପନ କରନ୍ତୁ ବୋଲି ମୋର ଅନୁରୋଧ ।




admin 