ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ
ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘେଷିତ ହୋଇଛି ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରଷ୍କାର। ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଦେଶର ପ୍ରଥମ ସିଡିଏସ୍ ଦିବଙ୍ଗତ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଓ ବାୟୁସେନାର ଆଉ କିଛି ବରିଷ୍ଠ ଅଧିକାରୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିପିନ ରାୱତଙ୍କୁ ସାମାଜିକ ସେବା ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂ, ସାହିତ୍ୟ ଓ ଶିକ୍ଷା ପାଇଁ ଉତ୍ତର ପ୍ରଦେଶର ଦିବଙ୍ଗତ ରାଧେଶ୍ୟାମ ଖେମକା ଏବଂ ମହାରାଷ୍ଟ୍ରର ପ୍ରଭା ଆତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ।
ସେହିପରି ୧୭ ଜଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ସେଥିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାମ, ଭିକ୍ଟର ବାନାର୍ଜୀ (କଳା), ପାରାଆଥଲେଟ୍ ଦେବେନ୍ଦ୍ର ଝାଝାରିଆ, ରାଶିଦ୍ ଖାନ୍ (କଳା), ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ (ଜନ ବ୍ୟାପାର), ଓଡ଼ିଶାର ପ୍ରତିଭା ରାୟ (କଳା ଓ ଶିକ୍ଷା) ଅନ୍ୟତମ ନାଁ ରହିଛି।
୨୦୨୧ ବର୍ଷ ପାଇଁ ମୋଟ ୧୧୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ସୁମିତ୍ ଅନ୍ତିଲ, ପ୍ରମୋଦ ଭଗତ, ନୀରଜ ଚୋପ୍ରା, ଶଙ୍କରନାରାୟଣ ମେନନ୍ ଚୁଣ୍ଡାୟିଲ, ଫୈଜଲ ଅଲୀ ଦାର୍, ହକି ଖେଳାଳି ବନ୍ଦନା କଟାରିୟା, ଅବନୀ ଲେଖରା, ବ୍ରହ୍ମାନନ୍ଦ ଶଙ୍ଖୱାଲକର ଆଦି ପଦ୍ମଶ୍ରୀ ପୁରସ୍କାର ପାଇବେ।




admin 