ବିପଦ ସଙ୍କେତ ଉପରେ ବୈତରଣୀ
ବିପଦ ସଙ୍କେତ ଉପରେ ବୈତରଣୀ
ଭଦ୍ରକ : ଅବିଶ୍ରାନ୍ତ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଫଳରେ ସାଳନ୍ଦୀ ଏବଂ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆଖୁଆପଦା ନିକଟରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୭.୯୬ ମିଟର ରହିଥିଲା।
ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିଛି। ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ମଧ୍ୟ ବଢିଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳରେ ଚାଷଜମି ଗୁଡ଼ିକରେ ବନ୍ୟାଜଳ ମାଡ଼ିଯାଇଛି। ଲଗାଣ ବର୍ଷା ପାଇଁ ଭଦ୍ରକ ପୌରାଞ୍ଚଳ ଅଧିନରେ କେତେକ ୱାର୍ଡର ୬ଟି ପରିବାରର ୩୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।




admin 