ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ଆସାମର ସ୍ଥିତି କଣ ଅଛି

ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ଆସାମର ସ୍ଥିତି କଣ ଅଛି

ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ଆସାମର ସ୍ଥିତି କଣ ଅଛି
ଗୌହ୍ୱାଟୀ : ଆସାମ ବିଧାନସଭାର ୬୨ ଆସନ ସଂକ୍ରାନ୍ତରେ ନିର୍ବାଚନ କମିଶନ ତଥ୍ୟ ପ୍ରଦାନ କରିଛନ୍ତି । ଆସାମରେ ବିଜେପି ୩୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୦ ଆସନରେ ଆଗୁଆ ରହିଛି । ସେହିପରି ଅଲଇଣ୍ଡିଆ ୟୂନାଇଟେଡ଼ ଡେମୋକ୍ରାଟିକ ଫ୍ରଂଟ ୬ ଆସନରେ, ଆସାମ ଗଣ ପରିଷଦ ୬ ଆସନରେ, ବୋଡେ଼ାଲାଣ୍ଡ ପିପୁଲସ ଫ୍ରଂଟରେ ୨, ୟୂନାଇଟେଡ଼ ପିପୁଲସ ପାର୍ଟି ୬ ଆସନରେ ଆଗୁଆ ରହିଛି । ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ୬୦ ଆସନ ମିଳିଥିବାବେଳେ ଆସାମ ଗଣ ପରିଷଦକୁ ୧୪ ଆସନ ମିଳିଥିଲା । ସେହିପରି ବୋଡେ଼ାଲାଣ୍ଡ ପିପୁଲସ ଫ୍ରଂଟକୁ ୧୨ ଆସନ ମିଳିଥିଲା । ଅପରପକ୍ଷରେ କଂଗ୍ରେସକୁ ୨୬ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଅଲ ଇଣ୍ଡିଆ ୟୂନାଇଟେଡ ଡେମୋକ୍ରାଟିକ ଫ୍ରଂଟ ୧୩ ଆସନ ପାଇଥିଲା ।