ବିଦ୍ୟୁତ ସର୍ଟ ସର୍କିଟରୁ ନବବଧୂ ମୃତ, ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

ବିଦ୍ୟୁତ ସର୍ଟ ସର୍କିଟରୁ ନବବଧୂ ମୃତ, ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

ବିଦ୍ୟୁତ ସର୍ଟ ସର୍କିଟରୁ ନବବଧୂ ମୃତ, ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର
ଭଦ୍ରକ/ତିହିଡ଼ି: ରୋଷେଇ କଲାବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଣେ ନବବଧୂ ଜୀବନ୍ତଦଗ୍ଧ ହୋଇଛନ୍ତି । ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଶେରପୁର ଗ୍ରାମର ସରୋଜିନୀ ପରିଡ଼ା । ସରୋଜିନୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବୁଧବାର ସକାଳେ ସରୋଜିନୀ ଇଣ୍ଡକସନ ଚୁଲାରେ ଚା କରୁଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗିଯାଇଥିଲା । ନିଆଁ କବଳରୁ ବର୍ତ୍ତିବା ଲାଗି ସରୋଜିନୀ ବଡ଼ ପାଟିରେ ଡାକ ପକାଇଥିଲେ । ପାଟି ଶୁଣି ସ୍ୱାମୀ ଅନ୍ତର୍ଯ୍ୟାମୀ ପରିଡ଼ା ଧାଇଁ ଆସି ପତ୍ନୀଙ୍କୁ ଉଦ୍ଧାର କରିବା ସମୟରେ ପୋଡ଼ି ଯାଇଥିଲେ । ଅଗ୍ନିକାଣ୍ଡରେ ତାଙ୍କର ତିନି ବଖରା ଘର ମଧ୍ୟ ପୋଡ଼ିଯାଇଛି । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ସଂକଟାପନ୍ନ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ସରୋଜିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ଉକ୍ତ ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି । ପ୍ରକାଶ ଥାଉ କି, ମାତ୍ର ୭ ମାସ ତଳେ ସରୋଜିନୀ ଓ ଅନ୍ତର୍ଯ୍ୟାମୀଙ୍କର ବିବାହ ହୋଇଥିଲା ।