ବିଦେଶ ଗସ୍ତ ନ କରି ୭ ଓମିକ୍ରନ୍‌ ସଂକ୍ରମିତ

ବିଦେଶ ଗସ୍ତ ନ କରି ୭ ଓମିକ୍ରନ୍‌ ସଂକ୍ରମିତ

ବିଦେଶ ଗସ୍ତ ନ କରି ୭ ଓମିକ୍ରନ୍‌ ସଂକ୍ରମିତ

ମୁମ୍ବାଇ: ବର୍ତ୍ତମାନ ପର୍ୟ୍ୟନ୍ତ ଓମିକ୍ରନ୍‌ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡ଼ିଥିଲା। ଏବେ ବିନା ବିଦେଶ ଗସ୍ତରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କିପରି ବଢ଼ୁଛି ତାହା ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ରରେ ଜଣଙ୍କ ପରେ ଜଣେ ଓମିକ୍ରନରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ମହାରାଷ୍ଟ୍ରରୁ ପୁଣି ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ମୁମ୍ବାଇର ହୋଇଥିବା ବେଳେ ଜଣେ ବସାଇ ବିରାରରେ ରୁହନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ମୁମ୍ବାଇର ୭ ଜଣ ଲୋକ ବିଦେଶ ଗସ୍ତ କରି ନଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବେଙ୍ଗାଲୁରୁରୁ ଓ ଆଉ ଜଣେ ଦିଲ୍ଲୀରୁ ଫେରିଥିଲେ। ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଲେ ଆଉ କେହି ବି କରୋନା ଟିକା ନେଇ ନଥିଲେ। ତେଣୁ ପ୍ରଶାସନ ଏବେ ଲୋକଙ୍କୁ କରୋନା ବିରୋଧୀ ଟିକା ନେବାକୁ ପରାମର୍ଶ ଦେଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୮କୁ ବଢ଼ିଥିବା ବେଳେ ଦେଶରେ ଏହା ୫୭ ଛୁଇଁଛି। ୮ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବୟସ ୨୪ରୁ ୪୧ ବର୍ଷ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର କୌଣସି ଲକ୍ଷଣ ନଥିବା ବେଳେ ୫ ଜଣଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଇଛି।