ବିଡିଓ, ସରପଞ୍ଚଙ୍କ ନାଁରେ ଏତଲା

ବିଡିଓ, ସରପଞ୍ଚଙ୍କ ନାଁରେ ଏତଲା

ବିଡିଓ, ସରପଞ୍ଚଙ୍କ ନାଁରେ ଏତଲା
କଟକ: ପୁଣି ଦୁର୍ନୀତି ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି । କେବଳ ସରକାରୀ କର୍ମଚାରୀ ନୁହନ୍ତି ଜନପ୍ରତିନିଧିଙ୍କ ବିରୋଧରେ ବି ଏତଲା ଦାୟର କରାଯାଇଛି । କଟକ ଜିଲ୍ଲା ବଡ଼ମ୍ବା ବିଡିଓଙ୍କ ନାଁରେ ବଡ଼ମ୍ବା ଥାନାରେ ଏତଲା ଦିଆଯାଇଛି । ଡିଆରଡିଏ ପିଡିଙ୍କ ନିଦେ୍ର୍ଧଶରେ ବଡ଼ମ୍ବା ପୁଲିସ ଏତଲା ଦାୟର କରିଛି । ଶଙ୍ଖାମେରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ବିଡିଓଙ୍କ ନାଁରେ ଏତଲା ଦାୟର କରାଯାଇଛି । ବିଡିଓଙ୍କ ସହ ଶଙ୍ଖାମେରୀ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାଁରେ ମଧ୍ୟ ଏତଲା ଦାୟର କରାଯାଇଛି । ଏତଲା ନେଇ କଟକ ଗ୍ରାମାଞ୍ଚଳ ଏସପି ରାଧାଗୋବିନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।