ବିଟରେ କରନ୍ତୁ ଶୀତ ସୌନ୍ଦର୍ଯ୍ୟଚର୍ଚ୍ଚା

ବିଟରେ କରନ୍ତୁ ଶୀତ ସୌନ୍ଦର୍ଯ୍ୟଚର୍ଚ୍ଚା

ବିଟରେ କରନ୍ତୁ ଶୀତ ସୌନ୍ଦର୍ଯ୍ୟଚର୍ଚ୍ଚା
ବିଟ୍ ଏପରି ଏକ ପରିବା, ଯାହାର ଉପଯୋଗରେ ଉଭୟ କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ଚର୍ଚ୍ଚା ହୋଇଥାଏ । ନିୟମିତ ବିଟ୍ ରସ ପିଇଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହେବା ସହ ରଙ୍ଗ ସଫା ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ବେସନ ଅଧ ଚାମଚରେ ବିଟ୍ ରସ ୧ ଚାମଚ ମିଶାଇ ତାହାର ପତାଳା ଘୋଳ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍ ତ୍ୱଚାରେ ଲଗାଇ ୧୫ ମିନିଟ ପରେ ତ୍ୱଚା ଧୋଇନେବେ । ଶୀତରେ ଏହି ପ୍ୟାକ୍ ତ୍ୱଚାକୁ ମଏଶ୍ଚରାଏଜିଂ କରିଥାଏ । ଅଲିଭ ତେଲ ଓ ବିଟ୍ ରସ ସମ ପରିମାଣରେ ମିଶାଇ ତ୍ୱଚାରେ ଲଗାଇଲେ ବ୍ରଣରୁ ରକ୍ଷା ମିଳେ । ବିଟ୍ ରସରେ ଚମୁଟାଏ ହଳଦୀ ମିଶାଇ, ସେହି ପ୍ୟାକ୍କୁ ତ୍ୱଚାରେ ଲଗାଇ ୧୦ ମିନିଟ ପରେ ତ୍ୱଚା ଧୋଇନିଅନ୍ତୁ । ଶୁଷ୍କ ତ୍ୱଚା ପାଇଁ ଏହା ଏକ ଉତ୍ତମ ପ୍ୟାକ୍ ।