ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା କର୍ମଚାରୀମାନେ ମତଦାନ ପାଇଁ ନିର୍ବାଚନର ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନକୁ ମିଶାଇ ମୋଟ ୩ ଦିନ ଛୁଟି ନେଇପାରିବେ । ଏ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଏହା ବ୍ୟତୀତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ତିନିଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଲେ ସେମାନେ ମଧ୍ୟ ଗୋଟିଏ ଦିନ ସ୍ୱତନ୍ତ୍ର ଇଚ୍ଛାଧୀନ ଛୁଟି ନେଇପାରିବେ ବୋଲି ସିଇଓ ଘୋଷଣା କରିଛନ୍ତି ।