ବିଜେପିରେ ସାମିଲ୍ ହେଲେ ବିଜୟା ଶାନ୍ତି

ବିଜେପିରେ ସାମିଲ୍ ହେଲେ ବିଜୟା ଶାନ୍ତି

ବିଜେପିରେ ସାମିଲ୍ ହେଲେ ବିଜୟା ଶାନ୍ତି
ନୂଆଦିଲ୍ଲୀ : ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟାଶାନ୍ତି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ସୋମବାର ଦିନ ନୂଆଦିଲ୍ଲୀଠାରେ ବିଜେପି ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବିଜୟଶାନ୍ତି । ରବିବାର ଦିନ ବିଜୟାଶାନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ସଫଳ ହେବା ପରେ ବିଜେପିରେ ଯୋଗ ଦେଇଛନ୍ତି ବିଜୟାଶାନ୍ତି । ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବିଜୟା ଶାନ୍ତି ବିଜେପିରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଟିଆରଏସ୍‌ରେ ସାମିଲ୍ ହୋଇଥିଲେ । ୨୦୧୪ ମସିହାରେ ତେଲେଙ୍ଗାନା ନୂତନ ରାଜ୍ୟ ଗଠନ ହେବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ବିଜୟଶାନ୍ତି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପ୍ପି ନଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି । ସୂଚନାଯୋଗ୍ୟ, ବିଜେପି ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଛି । ସେହିପରି ଡୁବ୍‌କା ଉପନିର୍ବାଚନରେ ମଧ୍ୟ ବିଜେପି ବାଜିମାତ୍ କରିଛି । ଏହି ଫଳାଫଳ କାରଣରୁ ଗେରୁଆ ଦଳ ଆଡକୁ ବିଜୟା ଶାନ୍ତି ଢଳିଥିବା ଅନୁମାନ କରାଯାଉଛି । ଏହି ଲୋକପ୍ରିୟ ଅଭିନେତ୍ରୀ ପ୍ରାୟ ୧୦ ବର୍ଷଧରି ସିନେମାରୁ ମଧ୍ୟ ଦୂରେଇ ରହିଥିଲେ । ତେବେ ଚଳିତ ବର୍ଷ ମହେଶ ବାବୁଙ୍କ ସରେଲିରୁ ନିକେ ଏଭରୁରେ ନଜର ଆସିଥିଲେ ବିଜୟାଶାନ୍ତି