ବିଜେପି ନେତା ସୁବ୍ରମଣ୍ୟମଙ୍କ ଅଭିଯୋଗ:ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା
ବିଜେପି ନେତା ସୁବ୍ରମଣ୍ୟମଙ୍କ ଅଭିଯୋଗ:ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା
admin
Aug 26, 2020 - 07:34
Updated: Aug 26, 2020 - 07:34
ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଙ୍ଗଳବାର ଏକ ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି, ଅଭିନେତା ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା । ତେଣୁ ଜାଣିଶୁଣି ତାଙ୍କ ଶବ ବ୍ୟବଚ୍ଛେଦ ବିଳମ୍ବରେ କରାଯାଇଥିଲା । ମୃତୁ୍ୟ ପରେ ତାଙ୍କ ମରଶରୀରକୁ ତରବରିଆ ଭାବେ ବ୍ୟବଚ୍ଛେଦ ବାହାନାରେ ଉଠାଇ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ୩ ଦିନ ଧରି ପକାଇ ରଖାଯାଇଥିଲା । ପେଟରେ ଯେମିତି ବିଷ ସମ୍ପୂର୍ଣ୍ଣ ମିଶିଯିବ ଏବଂ କିଛି ଜଣା ନ ପଡ଼ିବ, ସେଥିପାଇଁ ଏଭଳି କରାଯାଇଥିଲା । ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ସିଧା ଟାର୍ଗେଟ କରି ଜେରା କଲେ ସତ୍ୟ ପଦାକୁ ଆସିବ । ଟ୍ୱିଟ କରି ସ୍ୱାମୀ ଏଭଳି ଅଭିଯୋଗ ଆଣିଛନ୍ତି । ସୋମବାର କରିଥିବା ଏକ ଟ୍ୱିଟରେ ସ୍ୱାମୀ କହିଥିଲେ ଏମସ ଡାକ୍ତରମାନଙ୍କୁ ଯେମିତି ସୁନନ୍ଦା ପୁଷ୍କରଙ୍କ ପେଟରେ ଅସଲି ବିଷ ମିଳିଥିଲା, ସେମିତି ଶ୍ରୀଦେବୀ ଏବଂ ସୁଶାନ୍ତଙ୍କ କ୍ଷେତ୍ରରେ ଘଟିନାହିଁ । ବିଳମ୍ବରେ ଶବ ବ୍ୟବଚ୍ଛେଦ କରାଯିବାରୁ ଡାକ୍ତରଙ୍କୁ କିଛି ସୁରାକ ମିଳିପାରି ନାହିଁ । ସୁଶାନ୍ତଙ୍କ ମୃତୁ୍ୟ ଦିନ ଦୁବାଇର ନିଶା ବେପାରୀ ଅୟାଶ ଖାନ ତାଙ୍କୁ ଭେଟିଥିଲା । ସେ କାହିଁକି ଭେଟିଥିଲା ବୋଲି ସ୍ୱାମୀ ପ୍ରଶ୍ନ କରିଥିଲେ । ସ୍ୱାମୀ ମଙ୍ଗଳବାର କରିଥିବା ଟ୍ୱିଟରେ କହିଛନ୍ତି ସନ୍ଦିଗ୍ଧ ସନ୍ଦୀପ ସିଂହଙ୍କୁ ଜେରା କରାଯିବା ଆବଶ୍ୟକ । ଦୁବାଇ ସେ କେତେ ଥର ଏବଂ କାହିଁକି ଯାଇଥିଲେ ତାଙ୍କୁ ପଚରାଯିବା ଆବଶ୍ୟକ । ମାମଲାରେ ସନ୍ଦୀପଙ୍କ ଭୂମିକାକୁ ନେଇ ମଧ୍ୟ ସନେ୍ଦହ କରାଯାଉଛି । ଜୁନ ୧୪ରେ ଅଭିନେତା ସୁଶାନ୍ତଙ୍କ ମୃତୁ୍ୟ ପରେ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟକୁ ସନ୍ଦୀପ ଯାଇଥିଲେ । ସେଦିନ ତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ସୁଶାନ୍ତଙ୍କ ମୃତ ଦେହ ନେଇ ଆସିଥିବା ପୁଲିସ କର୍ମୀଙ୍କୁ ସେ ବୃଦ୍ଧ ଅଙ୍ଗୁଳି ଦେଖାଇଥିଲେ । ଏମିତି କି ଟିଭି ସାକ୍ଷାତକାରରେ ସେ ବାରମ୍ବାର ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି । ୩୮ ବର୍ଷୀୟ ସନ୍ଦୀପ ଏକ ବୟାନରେ କହିଥିଲେ ଯେ ସେ ୨୦୧୯ ଅକ୍ଟୋବରରୁ ସୁଶାନ୍ତଙ୍କ ସମ୍ପର୍କରେ ନଥିଲେ । କିନ୍ତୁ ସୁଶାନ୍ତଙ୍କ ମୃତୁ୍ୟ ଦିନ ତାଙ୍କ ସେଠାରେ କାହିଁକି ଦେଖିବାକୁ ମିଳିଥିଲା । ସୁଶାନ୍ତ ଏବଂ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କର ସେ ବନ୍ଧୁ ଥିଲେ ।