ସେପ୍ଟେମ୍ବର ୧୪ ରୁ ହୋଇପାରେ ସଂସଦ ଅଧିବେଶନ

ସେପ୍ଟେମ୍ବର ୧୪ ରୁ ହୋଇପାରେ ସଂସଦ ଅଧିବେଶନ

ସେପ୍ଟେମ୍ବର ୧୪ ରୁ ହୋଇପାରେ ସଂସଦ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି । ଆସନ୍ତା ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ କରିବା ଲାଗି ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ପ୍ରସ୍ତାବ ଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୌସୁମୀ ଅଧିବେଶନରେ ୧୮ଟି ବୈଠକ ବସିବ । ମାର୍ଚ୍ଚରେ କରୋନା ଭାଇରସ ସଂକ୍ରମଣ ଘଟିବା ପରେ ପ୍ରଥମ କରି ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବୋନ ବେଳେ ସାମାଜିକ ଦୂରତାକୁ କିଭଳି ଭାବେ ବଜାୟ ରଖାଯାଇପାରିବ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଇ ଆସନର ବ୍ୟବସ୍ଥା କରାଯାଇଛି । ଗ୍ୟାଲେରି ଓ ଚାମ୍ବରରେ ମଧ୍ୟ ସଦସ୍ୟମାନଙ୍କ ବସିବା ଲାଗି ବ୍ୟବସ୍ଥା ହୋଇଛି । ୧୯୫୨ ପରେ ପ୍ରଥକ କରି ଏଭଳି ବ୍ୟବସ୍ଥା କରାଯାଇଛି ।