ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ

ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ

ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ
ଭୁବନେଶ୍ୱର : ବାଲେଶ୍ୱର ଉପ ନିର୍ବାଚନ ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାøଙ୍କୁ ନିଲମ୍ବନ କରିଛି ବିଜେଡି । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନ ପୂର୍ବରୁ ଦଳୀୟ ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ବିଜେଡି ନେତାଙ୍କ ପକ୍ଷରୁ ଜୀବନ ପ୍ରଦୀପଙ୍କୁ ବୁଝା ଯାଇଥିଲା । ତେବେ ଉପ ନିର୍ବାଚନ ସମାପ୍ତ ହେବାର ଦୁଇ ଦିନ ମଧ୍ୟରେ ଜୀବନ ପ୍ରଦୀପ ଦାସଙ୍କୁ ଦଳ ନିଲମ୍ବନ କରିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିବା ସହିତ ସମସ୍ତ ଦଳୀୟ ଦାୟିତ୍ୱରୁ ତୁରନ୍ତ କାଢିବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି ।