ପୁନମ ପାଣ୍ଡେଙ୍କ ନାମରେ ଅଶ୍ଳୀଳ ଫିଲ୍ମ ସୁଟିଂ ଅଭିଯୋଗ : ସୁଟିଂ ଅନୁମତି ପ୍ରତ୍ୟାହାର କଲା ଗୋଆ ପୋଲିସ

ପୁନମ ପାଣ୍ଡେଙ୍କ ନାମରେ ଅଶ୍ଳୀଳ ଫିଲ୍ମ ସୁଟିଂ ଅଭିଯୋଗ : ସୁଟିଂ ଅନୁମତି ପ୍ରତ୍ୟାହାର କଲା ଗୋଆ ପୋଲିସ

ପୁନମ ପାଣ୍ଡେଙ୍କ ନାମରେ  ଅଶ୍ଳୀଳ ଫିଲ୍ମ ସୁଟିଂ ଅଭିଯୋଗ : ସୁଟିଂ ଅନୁମତି ପ୍ରତ୍ୟାହାର କଲା ଗୋଆ ପୋଲିସ
ପାଣାଜୀ: ମଡେଲ ତଥା ଫିଲ୍ମ ଅଭିନେତ୍ରୀ ପୁନମ ପାଣ୍ଡେ ଏବେ ପୁଣି ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି କି ସେ ଗୋଆର ଚାପୋଲି ଡ୍ୟାମରେ ଏକ ଅଶ୍ଳୀଳ ଫିଲ୍ମର ସୁଟିଂ କରିଥିଲେ । ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ଏ ନେଇ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗରେ ଦର୍ଶାଯାଇଛି କି ଉକ୍ତ ଡ୍ୟାମରେ ଏଭଳି ହରକତ କରି ସେ ଗୋଆର ଛବିକୁ ଖରାପ କରିବା ସହିତ ସ୍ଥାନୀୟ ଲୋକଙ୍କ ଭାବନାକୁ ବି ଆଘାତ ଦେଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ଗୋଆ ପୋଲିସ ପୁନମଙ୍କ ସୁଟିଂ ଅନୁମତିକୁ ପ୍ରତ୍ୟାହାର କରି ନେଇଛି । ଅପର ପକ୍ଷରେ କେହି ଜଣେ ଗୋପନୀୟ ଭାବେ ପୁନମଙ୍କ ଏଭଳି ଭିଡିଓ ରେକର୍ଡି କରିଛି ବୋଲି ପୁଲିସ ନିକଟରେ ଆଉ ଏକ ଅଭିଯୋଗ ହୋଇଛି ଯାହାକୁ ନେଇ ମାମଲା ଦାୟର କରାଯାଇଛି ।