ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ପ୍ରଶାନ୍ତ ଜଗଦ୍ଦେବ

ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ପ୍ରଶାନ୍ତ ଜଗଦ୍ଦେବ

ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଛି  । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି  । ଆଜି ସେ ଜଣେ ବିଜେପି ନେତାଙ୍କୁ ମାଡ଼ ମାରିଥିବାର ଖବର ପ୍ରକାଶ ପାଇଥିଲା  । ଯାହାକୁ ନେଇ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା  ।

ବିଜୁ ଜନତା ଦଳ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜନପ୍ରତିନିଧି ଭାବେ କୌଣସି ସ୍ଥାନରେ ଅସୌଜନ୍ୟ ବ୍ୟବହାର ନକରିବା ପାଇଁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ଦେଇଥିଲେ  । କିନ୍ତୁ ଶ୍ରୀ ଜଗଦ୍ଦେବ ବାରମ୍ବାର ଏହାକୁ ଉଲ୍ଲଂଘନ କରିଆସୁଥିଲେ  । ଯେଉଁଥିପାଇଁ ଦଳ ସୁପ୍ରିମୋ ଖପ୍ପା ଥିଲେ  । ଏବେ ବିଧାନସଭା ଚାଲିଥିବାବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି  । ଏଭଳି ସମୟରେ ଜଣେ ବିଜେପି ନେତାଙ୍କୁ ମାଡ଼ ମାରିବା ଘଟଣାକୁ ଦଳର ସୁପ୍ରିମୋ ଗୁରୁତର ସହ ଗ୍ରହଣ କରିଛନ୍ତି  । ତେଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି  ।

ସେହିପରି ଜଗଦ୍ଦେବ ଉକ୍ତ ଭିଡ଼ିଓରେ ମାଡ଼ ମାରୁଥିବାର ଦୃଶ୍ୟ ବି ଭାଇରାଲ ହୋଇଥିଲା  । ଗାଡ଼ିରୁ ଯାଇ ଧକ୍କା ମାରିବାର ଦୃଶ୍ୟକୁ କେହି ସୁଟିଂ କରିନେଇଥିଲେ  ।