ବାୟୁ ପ୍ରଦୂଷଣ ପାଇଁ ୨,୬୦,୦୦୦ କୋଟିର କ୍ଷତି

ବାୟୁ ପ୍ରଦୂଷଣ ପାଇଁ ୨,୬୦,୦୦୦ କୋଟିର କ୍ଷତି

ବାୟୁ ପ୍ରଦୂଷଣ ପାଇଁ ୨,୬୦,୦୦୦ କୋଟିର କ୍ଷତି
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ କେବଳ ଲୋକଙ୍କ ଜୀବନ ନେଉନାହିଁ ଅର୍ଥନୀତି ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡୁଛି । ଏକ ଆକଳନରୁ ଜଣାଯାଇଛି ୨୦୧୯ ରେ ବାୟୁ ପ୍ରଦୂଷଣ ଯୋଗୁଁ ଭାରତୀୟ ଅର୍ଥନୀତିକୁ ୨ ଲକ୍ଷ ୬୦ ହଜାର କୋଟ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଯାହାକି ଦେଶର ମୋଟ ଘରୋଇ ଉପôାଦ (ଜିଡିପି) ର ୧.୪ ପ୍ରତିଶତ । ଭାରତରେ ଘଟିଥିବା ମୋଟ ମୃତୁ୍ୟ ମଧ୍ୟରୁ ୧୮ ପ୍ରତିଶତ ମୃତୁ୍ୟ ବାୟୁ ପ୍ରଦୂଷଣଜନିତ । ଅର୍ଥାତ ୧୭ ଲକ୍ଷ ଲୋକ କେବଳ ବାୟୁ ପ୍ରଦୂଷଣ କାରଣରୁ ମୃତୁ୍ୟବରଣ କରିଛନ୍ତି । ଲାନସେଟ ପ୍ଲାନେଟୋରି ହେଲଥ ପତି୍ରକାରେ ବାୟୁ ପ୍ରଦୂଷଣର ସ୍ୱାସ୍ଥ୍ୟଗତ ଏବଂ ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ଏକ ସନ୍ଦର୍ଭ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ ଘର ଭିତରେ ବାୟୁ ପ୍ରଦୂଷଣ ମାତ୍ରା ୧୯୯୦ ରୁ ୨୦୧୯ ମଧ୍ୟରେ ହ୍ରାସ ପାଇଛି । ଫଳରେ ଉପରୋକ୍ତ ସମୟ ମଧ୍ୟରେ ବାୟୁପ୍ରଦୂଷଣ ଜନିତ ମୃତୁ୍ୟହାର ୬୪ ପ୍ରତିଶତ କମିଛି । କିନ୍ତୁ ଘର ବାହାରେ ଉପରୋକ୍ତ ସମୟ ମଧ୍ୟରେ ବାୟୁ ପ୍ରଦୂଷଣ ଜନିତ ମୃତୁ୍ୟହାର ୧୧୫ ପ୍ରତିଶତ ବୃଦ୍ଧି ଘଟିଛି ।