ବାଣପୁର ଜେଲ୍‌ରେ ଚିଲିକା ବିଧାୟକ

ବାଣପୁର ଜେଲ୍‌ରେ ଚିଲିକା ବିଧାୟକ

ବାଣପୁର ଜେଲ୍‌ରେ ଚିଲିକା ବିଧାୟକ

ଭୁବନେଶ୍ୱର : ବହୁଚର୍ଚ୍ଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ହସପିଟାଲରୁ ବାହାରିବା ପରେ ଗତକାଲି ପୁଲିସ ତାଙ୍କୁ ଗିରଫ କରିଥିଲା  । ଅସୁସ୍ଥତା ଥିବା ଦର୍ଶାଇ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଅଦାଲତରେ ଜାମିନ ଆବେଦନ କରିଥିଲେ ବି ତାହାକୁ ଖାରଜ କରିଦିଆଯାଇଛି  । ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି  । ଗତକାଲି ସେ ବାଣପୁର ଜେଲରେ ହିଁ ରାତି କଟାଇଛନ୍ତି  । ଜେଲ ଭିତରେ ସେ ବେଶ ଗୁମସୁମ ଥିଲେ  । ଗତକାଲି ରାତିରେ ସେ ଜେଲରେ ଖାଇନଥିବା ଜଣାପଡ଼ିଛି  । ତେବେ ଜାମିନ ଆବେଦନ ପାଇଁ ଦିନେ ଦିଦିନ ଭିତରେ ସେ ଉଚ୍ଚ ଅଦାଲତକୁ ଯିବେ ବୋଲି ଜାଣିବାକୁ ମିଳିଛି  ।

ସୂଚନାଯୋଗ୍ୟଯେ, ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ ଆଗରେ ବହୁ ଲୋକ ଭିଡ଼ ଜମାଇଥିଲେ  । ବିଜେପିର କାର୍ୟ୍ୟକର୍ତାମାନେ ଶୋଭାଯାତ୍ରା କରୁଥିଲେ  । ପୁଲିସର ବାରଣ ସତ୍ୱେ ପ୍ରଶାନ୍ତ ଜଗଦ୍ଦେବ ସେହି ଭିଡ଼ ଭିତରକୁ ପଶି ଯାଇଥିଲେ  । ଶୋଭାଯାତ୍ରା ଭିତରକୁ ଶ୍ରୀ ଜଗଦ୍ଦେବ ଆସୁଥିବାରୁ ଲୋକମାନେ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ  । ତେବେ ପରେ ସେ ଗାଡ଼ି ଆଗକୁ ନେବାରୁ କେତେକ ଲୋକ ତାଙ୍କ ଗାଡ଼ି ଆଗରେ ପଡ଼ିଯାଇଥିଲେ  । ତାଙ୍କ ଗାଡ଼ି ଧକ୍କାରେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ  । ଏହାପରେ ଉତ୍ୟକ୍ତ ଲୋକମାନେ ତାଙ୍କୁ ଗାଡ଼ି ଭିତରୁ ଘୋଷାଡ଼ି ଆଣି ନିସ୍ତୁକ ମାଡ଼ ମାରିଥିଲେ  । ଗୁରୁତର ହୋଇ ସେ ହସପିଟାଲରେ ଭର୍ତି ହୋଇଥିଲେ  ।  ହସପିଟାଲରୁ ଆସିବା ପରେ ତାଙ୍କୁ ପୁଲିସ ଗିରଫ କରିôଥଲା  ।