ବାଇକକୁ ୪୨ ହଜାର ୫୦୦ ଟଙ୍କା ଜରିମାନା

ବାଇକକୁ ୪୨ ହଜାର ୫୦୦ ଟଙ୍କା ଜରିମାନା

ବାଇକକୁ ୪୨ ହଜାର ୫୦୦ ଟଙ୍କା ଜରିମାନା
ଭୁବନେଶ୍ୱର : ବାଇକ ପାଇଁ ଲାଗିଛି ୪୨ ହଜାର ୫୦୦ ଟଙ୍କାର ଜରିମାନା । ଜଣେ ନାବାଳକ କଲେଜ ଛାତ୍ର ରଙ୍ଗରୁଟ୍ରେ ବାଇକ ଚଳାଇ ଯିବା ବେଳେ ପରିବହନ ବିଭାଗ ହାତରେ ଧରାପଡ଼ିଛି । ଏଥିପାଇଁ ତାଙ୍କ ବାପାଙ୍କ ନାମରେ ଚାଲାଣ କଟାଯାଇଛି । ଶନିବାର ପୂର୍ବାହ୍ନରେ ଭଣ୍ଡାରୀପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଖରଗଡ଼ିଆ ଗ୍ରାମରେ ଜଣେ ନାବାଳକ ତାଙ୍କ ବାପାଙ୍କ ବାଇକରେ ଦୁଇ ଜଣ ସାଙ୍ଗକୁ ବସାଇ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିଲେ । ହେଲମେଟ୍ ନ ପିନ୍ଧି ଏବଂ ପଛରେ ଦୁଇ ଜଣଙ୍କୁ ବସାଇ ରାସ୍ତାର ଦୁଇ ପାଶ୍ୱର୍ରେ ଯାଉଥିବା ଦେଖି ତାଙ୍କୁ କହରାପୋଖରୀ ଛକ ନିକଟରେ ଅଟକାଇଥିଲେ । ଭଦ୍ରକ ଆରଟିଓ କାର୍ଯ୍ୟାଳୟର ଟ୍ରାଫି୍ରକ ଇନସପେକ୍ଟର ଧନେଶ୍ୱର ନାୟକ । ଗାଡ଼ିର କାଗଜପତ୍ର ଓ ଲାଇସେନ୍ସ ମାଗିବା ବେଳେ ନାବାଳକ ଜଣଙ୍କ ଏହା ତାଙ୍କ ବାପାଙ୍କ ବାଇକ ବୋଲି କହିଥିଲେ । ଇନ୍ସିପେକ୍ଟର ଶ୍ରୀ ନାୟକ ନାବାଳକଙ୍କ ନିକଟରେ ଥିବା ଆଧାରକାର୍ଡକୁ ନେଇ କାର୍ଯ୍ୟାଳୟକୁ ପଳାଇ ଆସିଥିଲେ । ପରେ ବିଭାଗ ପକ୍ଷରୁ ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ ଚଳାଇବା ପାଇଁ ୫ ହଜାର, ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଦିଆଯାଇଥିବାରୁ ୫ ହଜାର, ବାଇକରେ ଦୁଇରୁ ଅଧିକ ବସି ଯାଉଥିବାରୁ ୧ ହଜାର, ହେଲମେଟ୍ ପିନ୍ଧିନଥିବାରୁ ୧ ହଜାର ଓ ନାବାଳକ ଅଫେନସ ପାଇଁ ୨୫ ହଜାର ଏମିତି ମୋଟ ୪୨ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଥିଲା ।