ବାଇକ ଓ ବୋଲେରୁ ଧକ୍କାରେ ଦୁଇ ମୃତ

ବାଇକ ଓ ବୋଲେରୁ ଧକ୍କାରେ ଦୁଇ ମୃତ

ବାଇକ ଓ ବୋଲେରୁ ଧକ୍କାରେ ଦୁଇ ମୃତ


ସୋର:  ସିମୁଳିଆ ଥାନା ବଣଗଡ଼ିଆ ନିକଟରେ ବାଇକ ଓ ବୋଲେରୁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଲି ଆଉ ଜଣେ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଶୁକ୍ରବାର ରାତିରେ ଗୁରୁତର ଜଣକ ଭଦ୍ରକରୁ କଟକ ଯିବା ରାସ୍ତାରେ ମୃତ୍ୟୁ ହୋଇଛି ।


ଜାମୁଝାଡ଼ି ଗ୍ରାମର ଶିବ ପ୍ରସାଦ ସେଠୀ ଓ ରଘୁନାଥ ସେଠୀ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଜାମୁଝାଡିରୁ ବାସୁଦେବପୁର ଅଭିମୁଖେ ଯାଉଥିବା ଏକ ବୋଲେରୋ ସହିତ ବଣଗଡ଼ିଆ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକରେ ଥିବା ଶିବ ପ୍ରସାଦ ସେଠୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରଘୁନାଥ ସେଠୀ ଗୁରୁତର ଅବସ୍ଥାରେ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଗତ ରାତିରେ ତାଙ୍କୁ ଭଦ୍ରକରୁ କଟକ ଯିବା ରାସ୍ତାରେ ମୃତ୍ୟୁ ବରଣ କରିଛି ।